ବଲାଙ୍ଗିର ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ଦ୍ୱାରା ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଅର୍ଥ ବିଭାଗ ଅଧିନସ୍ଥ ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ଦ୍ୱାରା ପାଟଣାଗଡ ଉପଖଣ୍ଡ, ଅନ୍ତର୍ଗତ କୁକୁରମୁଣ୍ଡା ଗ୍ରାମ ଓ ପାଟଣାଗଡ ବିଜ୍ଞାପିତ ଅଂଚଳରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । କୁକୁରମୁଣ୍ଡାଠାରେ ଶ୍ରୀମତୀ ମାନସୀ ବିଶ୍ୱାଳ, ପୌରାଧ୍ୟକ୍ଷା, ପାଟଣାଗଡ ଓ ପାଟଣାଗଡ ବିଜ୍ଞାପିତ ଅଂଚଳରେ ପ୍ରଫୁଲ୍ଲ କୁମାର ମେହେର, ଉପାଧ୍ୟକ୍ଷ, ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପାଟଣାଗଡ ବିଜ୍ଞାପିତ ଅଂଚଳ ପାଇଁ ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଅନୁଷ୍ଠିତ ଶିବିରରେ ଅର୍ଜୁନ ଅଗ୍ରୱାଲ ପାଟଣାଗଡ ମାରୱାଡି ସମ୍ମିଳନର ପ୍ରତିଷ୍ଠାତା ସଭାପତି ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ବିଜୟ କୁମାର ଶତପଥି ସ୍ୱତନ୍ତ୍ର କାର୍ଯ୍ୟରତ ସହ ନିର୍ଦ୍ଧେଶକ ସଞ୍ଚୟ ଓ ଆର୍ଥିକ ସେବା, ବଲାଙ୍ଗିର ଶିବିର ପାଇଁ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ । ସଭାରେ ମଂଚାସୀନ ମହେଶ୍ୱର ସେନାପତି, ଡାକଘର ବାଣିଜ୍ୟ ଅଧିକାରୀ, ବଲାଙ୍ଗିର, ବିଶାଳ ଗୁପ୍ତା, ନିର୍ବାହୀ ଅଧିକାରୀ, ଆଇ.ପି.ପି.ବି, ବଲାଙ୍ଗିର ଓ ପାଟଣାଗଡ ଉପଖଣ୍ଡର ଡାକ ନିରୀକ୍ଷକ ସରୋଜ କୁମାର ବସ୍ତି ଯୋଗଦେଇ ଉପସ୍ଥିତ ସ୍ରୋତାମଣ୍ଡଳୀଙ୍କୁ ବିଭିନ୍ନ ସୁରକ୍ଷିତ ସଞ୍ଚୟ ଯୋଜନା ବିଶଦ ଭାବରେ ବୁଝାଇଥିଲେ । ସଭାର ସଭାପତି ଶ୍ରୀ ଶତପଥି ସାଇବର ଫ୍ରଡ଼ ଓ ଓଡିଶା ସରକାରଙ୍କ ପ୍ରୋତ୍ସାହନ ଯୋଜନା ଉପରେ ବିଶେଷ ଆଲୋଚନା କରିଥିଲେ । ଉପସ୍ଥିତ ସଦସ୍ୟମାନେ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାର ବ୍ୟାପକ ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ । ସଭାରେ ପାଟଣାଗଡ, ଉପଖଣ୍ଡର ବହୁତ ସ୍ୱଳ୍ପ ସଂଚୟ ଅଭିକର୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.