oom

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳ ସ୍ତରୀୟ ବିଭିନ୍ନ ବିଷୟଭିତ୍ତିକ କୁଇଜ୍ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବିଇଓ ବିନୋଦ ପରମାଣିକ, ଏବିଇଓ ଲକ୍ଷ୍ମଣ ପ୍ରଧାନ, ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ, ମୁନିଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ହୃଷୀକେଶ ବଳିୟାର ସିଂହ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଡେଲାଙ୍ଗ ବ୍ଲକ୍‌ର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ମୋଟ୍‌ ୨୩୦ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଅପରାହ୍ନ ଉଦଯାପନୀ ଉତ୍ସବରେ ବିଇଓ ବିନୋଦ ପରମାଣିକ ଏବିଇଓ ଲକ୍ଷ୍ମଣ ପ୍ରଧାନ ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱାଳ ଓ ବଳିୟାର ସିଂହଙ୍କ ସହ ସରପଞ୍ଚ ଦୀପକ ସାହୁ, କମିଟି ସଭାପତି ଜ୍ଞାନ ରଞ୍ଜନ ବାହିନୀ ପତି ଯୋଗଦେଇ ପ୍ରତି ବିଭାଗର ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ମୋଟ୍‌ ୯ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଇନ୍ଦିପୁର, କଲ୍ୟାଣପୁର, ବୋଳକଣା, ମହତାବ ବାନାମ୍ବର, ବାଲିହୁଙ୍କା ଶିଶୁଆପଡା, ସୋମନାଥ ଦେବ ବିଦ୍ୟାପିଠ ହରିରାଜପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଶିଷ ଅରବିନ୍ଦ ପ୍ରଧାନ, ନି଼ହାରିକା ସେନାପତି, ପ୍ରସାଦ ବେହେରା, ଶ୍ରୀମନ ସାଇ ସାତ୍ତ୍ୱିକ, ସିଦ୍ଧାନ୍ତ ତ୍ରିପାଠୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ଶୁଭ ସେନେହା ବାରିକ, ସନ୍ଧ୍ୟାରାଣୀ ମାର୍ଥାଙ୍କ ସହ ମୋଟ୍ ୯ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପବିତ୍ର ମୋହନ ଜେନା, ଦେବାଶିଷ ପଣ୍ଡା, ସିଆର୍‌ସିସି ପବିତ୍ର ପଣ୍ଡା, କ୍ଷେତ୍ରବାସୀ ଆଳୁକ, ଶାଶ୍ୱତ ପ୍ରିୟଦର୍ଶୀ, ସାତ୍ୟକି ରଞ୍ଜନ ଗିରି, ଦୁର୍ଗାପ୍ରସାଦ ରଥ, ମନୋରଞ୍ଜନ ଜେନା, ସିଆର୍‌ସିସି ମନୋରଞ୍ଜନ ମହାରଣା, ଲୋକନାଥ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ସିଆର୍‌ସିସି, ଅଭିମନ୍ୟୁ ପ୍ରଧାନ, ତପନ ମଲ୍ଲିକ, ଦୁର୍ଯ୍ୟୋଧନ ପ୍ରଧାନ, କୈଳାସ ସ୍ୱାଇଁ, କୃତିବାସ ପରିଡ଼ା, ଦୟାନିଧି ମାର୍ଥା ଓ ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକଙ୍କ ସହ ସମସ୍ତ ସିଆର୍‌ସିସି କୋର କମିଟିର ସଭ୍ୟ ଓ ବାଳିକା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.