କଟକ ସାଲେପୁରରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ୍‌ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୋଲିସର ମିଳିତ ଚଢାଉ

କଟକ : ପୁଣି ଚର୍ଚ୍ଚାରେ କଟକ ସହର । ଅପମିଶ୍ରଣ ଆଉ ଏକ ନମୁନା । ଏଥର କ୍ଷୀର ପ୍ୟାକେଟକୁ ନେଇ ଆସିଛି ଅପମିଶ୍ରଣର ଅଭିଯୋଗ । ଜଗତପୁର ଥାନା ଠାରୁ ମାତ୍ର ଅଳ୍ପଦୂରରେ ମହାନଦୀ ପଠା ଜଙ୍ଗଲ ଭିତରେ ଏହି ଦୁଗ୍ଧ ଫ୍ୟାକ୍ଟ୍ରିଟି ଲୁଚାଚୋରା ଭାବେ ଚାଲିଥିଲା । କ୍ଷୀର ପ୍ୟାକେଟରେ କ୍ଷୀର ବଦଳରେ ବିଷ ଦିଆଯାଉଥିଲା । ଦୂଷିତ ପାଣି, ସୋଡ଼ା, କେମିକାଲ ଏବଂ ଦୁଗ୍ଧ ପାଉଡର ବ୍ୟବହାର କରି ଏହି କ୍ଷୀର ପ୍ରସ୍ତୁତ ହେଉଥିଲା । କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ ବିଭିନ୍ନ ଜିଲ୍ଲାକୁ ବିକ୍ରୟ ପାଇଁ ପଠା ଯାଉଥିଲା । ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ଏବଂ ଏହି ପ୍ରଡକ୍ଟ ଯେଉଁ ଯେଉଁ ଆଡ଼େ ବିକ୍ରି ହୋଇଛି ତାହା ଉପରେ ପୋଲିସ ଅନୁଧ୍ୟାନ କରୁଛି ବୋଲି କଟକ ଏସ୍‌ପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଫୁଡ ଡିପାର୍ଟମେଣ୍ଟର କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କେମିତି ଏଠାରେ ଦୁଇ ତିନି ବର୍ଷ ହେବ ଫୁଡ ଡିପାର୍ଟମେଣ୍ଟର ଅନୁମତି ମିଳିଲା ଏବଂ ଯାଞ୍ଚ ନହୋଇ ଲାଇସେନ୍ସ ପ୍ରଦାନ ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ତଦନ୍ତ କରିବାକୁ ଆସିଥିବା ଫୁଡ ଅଧିକାରୀ ସନ୍ତୋଷ ଜନକ ଉତ୍ତର ଦେଇ ପାରୁନାହାନ୍ତି । ତେବେ ଉକ୍ତ ଦୁଗ୍ଧ ଫ୍ୟାକ୍ଟ୍ରିରୁ ସମସ୍ତ ସାଂପୁଲ ସଂଗ୍ରହ କରିଥିବା ବେଳେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ଫ୍ୟାକ୍ଟ୍ରିର ମାଲିକକୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।

Leave A Reply

Your email address will not be published.