ଭୋଇପଡ଼ାରେ ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀର ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ଥିତ ଏପିସି ପ୍ରକଳ୍ପ ଅନ୍ତର୍ଗତ ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀର ଚତୁର୍ଥ ବାର୍ଷିକ ସାଧାରଣ ସଭା ଭୋଇପଡ଼ା ସ୍ଥିତ ଜନମୁକ୍ତି ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ବୋର୍ଡ଼ ଅଫ ଡାଇରେକ୍ଟର ମାଧୁରୀ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ସମ୍ମାନିତ ଅତିଥି ଭାବରେ ଉଦ୍ୟାନ କୃଷି ବିଭାଗ ଏଏଚ୍ଓ ମନବୋଧ ମାଝୀ, ବ୍ଲକ ଓଏଲ୍‌ଏମ୍‌ ବିଏଲ୍‌ସି ବ୍ରଜମୋହନ ସ୍ୱାଇଁ, ବିଓଡି ମେମ୍ବର ହେମକାନ୍ତି ପୁଟେଲ ଓ ପ୍ରମୋଦିନି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାକୁ କମ୍ପାନୀର ଏପିସି ପ୍ରକଳ୍ପ ଅଞ୍ଚଳରୁ ୩୦ଗୋଟି ଗ୍ରାମର ୨୩ଗୋଟି ଉତ୍ପାଦକ ଗୋଷ୍ଠୀର ୪୫୦ ଜଣ ସଦସ୍ୟାଙ୍କ ସହିତ ଏମ୍‌ବିକେ, ସିଆର୍‌ପି, ଏଇ, କୃଷିମିତ୍ର, ପ୍ରାଣୀମିତ୍ର, ଉଦ୍ୟୋଗ ମିତ୍ର ଏବଂ ପ୍ରଗତି ଚାଷୀଗଣ ଅଂଶ ଗ୍ରହଣ କରିଥିଲେ । ସଭାକୁ କମ୍ପାନୀର ସଂଯୋଜୀକା ସଙ୍ଗୀତା ଗଡୁଆ ସଂଯୋଜନା କରିଥିବା ବେଳେ ସଞ୍ଜିତା ହାତୀ ସହଯୋଗ କରିଥିଲେ । ଜନମୁକ୍ତି ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜୀବ କୁମାର ବାରିକ ଏହାର ସଂଯୋଜନା କରିଥିଲେ । ଏହା ସହିତ କମ୍ପାନୀର ହିସାବ ରକ୍ଷକ ବୈଷ୍ଣବୀ ମହାକୁର ୨୦୨୩-୨୪ର ଆୟ ବ୍ୟୟ ବିବରଣୀ ପାଠ କରିଥିବା ବେଳେ ମାଧୁରୀ ତାଣ୍ଡି ପ୍ରଗତି ବିବରଣୀ ଉପସ୍ଥାପନା କରିଥିଲେ । ଏହି ସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଡିଟର ନିଯୁକ୍ତି,୨୦୨୪-୨୫ର ବ୍ୟବସାୟ ଯୋଜନା ଉପସ୍ଥାପନା ସହିତ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ମୁରିବାହାଲ ଅଞ୍ଚଳରେ ତଥା କମ୍ପାନୀରେ ସଂପୃକ୍ତ ହୋଇ କୃତିତ୍ଵ ହାସଲ କରିଥିବା ସେୟାର ହୋଲଡରମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବ୍ୟବସାୟ ଦୃଷ୍ଟିରୁ ଉତ୍ତମ ଉତ୍ପାଦକ ଗୋଷ୍ଠୀ ଭାବରେ ହଳଦୀ ପଞ୍ଚାୟତର ପୁଡ଼ିସରା ଏବଂ ଗଁରେଇ ଗ୍ରାମ ପଞ୍ଚାୟତର ସିଲେଟପଡ଼ାର ନାରୀଶକ୍ତି ଉତ୍ପାଦକ ଗୋଷ୍ଠୀକୁ ସମ୍ମାନିତ କରାଯାଇଥିଲା । ଏହା ସହିତ ବ୍ୟକ୍ତିଗତ ଭାବରେ ମହିଳା ଚାଷୀ ଡୁଙ୍ଗୁରିଗୁଡ଼ାର ଗୁଣମତି ଖର୍ସେଲଙ୍କୁ ସମ୍ମାନିତ କରାଯାଇଥିଲା । ସଫଳ ମହିଳା ଉଦ୍ୟୋଗୀ ଖଳିଆକାନୀର ନମିତା ତାଣ୍ଡିଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସଙ୍ଗୀତା ଗଡୁଆ ଓ ଜୟସିଂ ନବଛୋରଙ୍କୁ ସମ୍ମାନିତ କରାଯାଇଥିଲା । ପୁର୍ବ ପ୍ରସ୍ତୁତି ଅନୁଯାୟୀ ଦେଶୀ ପଦ୍ଧତିରେ ଉତ୍ପାଦନ କରିଥିବା ପନିପରିବା, ମୁଗ, ଫଳ, ଚାଉଳ, ଡାଲି ଇତ୍ୟାଦି ସାଙ୍ଗରେ ନେଇ ସଭାକୁ ସେୟାର ହୋଲଡ଼ରମାନେ ଯୋଗଦାନ କରିଥିବା ବେଳେ ଏଇ ଚନ୍ଦ୍ର ପୋଡ ନିଲମ ପ୍ରଜାତିର ଖରିଫ୍ ଆମ୍ବ, ଡ୍ରାଗନ୍ ଫଳ ଓ ଚାରା ଆଣିଥିବା ବେଳେ ଚାଷୀ ବିଷମ ପଧାନ କଲମୀ ବାଇଗଣ ଚାରା ପ୍ରଦର୍ଶନୀ କରି ବିକ୍ରୟ ମଧ୍ୟ କରିଥିଲେ । ହର୍ଷ ହାତୀ ଦେଶୀ ଖତ ଓ ଦେଶୀ କୀଟନାଶକ ଔଷଧ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମହିଳା ସଦସ୍ୟା ଓ କୁନିକୁନି ଝିଅମାନେ ନାଚ ଏବଂ ସଙ୍ଗୀତ ପରିବେଷଣ କରି ସଭାକୁ ମନୋରଞ୍ଜନ କରିଥିଲେ । ସଭା ଶେଷରେ ଏସ୍‌ଏମ୍‌ଏସ୍‌ ଚନ୍ଦନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାକୁ ସଫଳ କରିବାରେ ଜନମୁକ୍ତି ଅନୁଷ୍ଠାନର କର୍ମୀ ଓ କର୍ମକର୍ତ୍ତା କପିଳାସ ଭୋଇ, ଟେଭା ସଗ୍ରିଆ, ଲଳିତ ରଣା, ପ୍ରକାଶ କୁମାର ବନ୍ଦୀଛୋର, ଲକ୍ଷ୍ମୀଧର ବାଗ, ସୁବର୍ଣ୍ଣୀ ବାଗ, ଲୋଚନ୍ ବାଗ, ମଗଶିର ସାହୁ, ରଞ୍ଜିତା ହରପାଲ, ବୈଷ୍ଣବ ମହାନନ୍ଦ, କିରଣ ଜାଲ, ଚିତ୍ରଲେଖା ସାହୁ, ସୁଶୀଲ ସାହୁ, ନବୀନ ସାହୁ, ଆଶିଷ ସା, ହରିଶ ବଗର୍ତ୍ତୀ, ବିକାଶ ଥପା, ମତୀନ୍ଦ୍ର ବାଗ, ଗଙ୍ଗାଧର ହରପାଳ, ବିଧୁ ବାଗ, ତ୍ରିଲୋଚନ ସାହୁ ଓ ଅଶୋକ ନେଓରା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!