ବେଆଇନ ଦାଦନ ଶ୍ରମିକ ଚାଲାଣ ନେଇ ଖପ୍ରାଖୋଲରେ ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ, ଆଡ୍‌ ଏଟ୍ ଆକ୍ସନ ଏବଂ ୟୁନିସେଫର ମିଳିତ ଉଦ୍ୟମରେ ବେଆଇନ ଦାଦନ ଚାଲାଣ ଉପରେ ସଚେତନତା ଓ ସହାୟତା କାର୍ଯ୍ୟକ୍ରମ ‘ଉଦ୍ଧାର-୩’ ସୋମବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଡ୍‌ ଏଟ୍‌ ଆକ୍ସନର ପ୍ରୋଗ୍ରାମ ମ୍ୟାନେଜର ସରୋଜ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଈଶଲୱାର, ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତଥା ପ୍ରୋବିଜନାରି ଆଇପିଏସ୍‌ ଅମ୍ରିତପାଲ କୌର, ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ପାଟଣାଗଡ ଉପ ଜିଲ୍ଲାପାଳ ଅମିତ କୁମାର ନାୟକ, ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଦାନନ୍ଦ ପୁଝାରୀ, ଡିଏସ୍‌ଡବ୍ଲୁଓ ସୁଷମା ମହାପାତ୍ର, ୟୁନିସେଫ ପରାମର୍ଶଦାତ୍ରି ନେହା ସିଂ, ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ବେଆଇନ ଶ୍ରମିକ ଚାଲାଣ ରୋକିବାକୁ ସମସ୍ତେ ହାତ ମିଳାଇବା କହିଥିଲେ । ରାଜ୍ୟରେ ଦାଦନ ଶ୍ରମିକଙ୍କୁ ରୋକିବା ଏବଂ ବାହାର ରାଜ୍ୟକୁ ନିର୍ଯ୍ୟାତିତ ହୋଇ ଗରିବ ଶ୍ରେଣୀରର ଲୋକେ କିଭଳି କାମ କରିଯିବେ ନାହିଁଁ ଏନେଇ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ ମାନଙ୍କରେ ନିଶ୍ଚିତ କର୍ମନିଯୁକ୍ତି ଭଳି ବିଭିନ୍ନ ଯୋଜନା କରିଛନ୍ତି । ହେଲେ ଦୁର୍ଭାଗ୍ୟବଶତଃ କିଛି ଅମାନବିକତା ଦଲାଲ୍ ମାନେ ସେମାନଙ୍କୁ ଉଚିତ୍ ସମୟରେ କିମ୍ବା ଉଚିତ୍ ଟଙ୍କା ନଦେଇ ଗରିବ ଶ୍ରମିକଙ୍କ ଅଧିକାରକୁ ଛଡେଇ ନେବା ଭଳି ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ ତେଣୁ ବାଧ୍ୟ ହୋଇ ସେମାନେ ବାହାର ରାଜ୍ୟକୁ ବିଭିନ୍ନ ନିର୍ଯ୍ୟାତନା ସହିକି ମଧ୍ୟ କାମ କରିବାକୁ ଯାଇଥାନ୍ତି । ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନେଲେ ଭଲ ହେବ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ପୂର୍ବତନ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କୁ ଗତ ୨୦୨୩ ବର୍ଷରେ ବହୁ ପରିମାଣରେ ବେଆଇନ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିବାରୁ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଏଏଲ୍‌ଓ ବିଭୁଦତ୍ତ ମଲ୍ଲିକ, ଖପ୍ରାଖୋଲ ସିଡିପିଓ ସୁଜାତା ଦୋରା, ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ, ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର, ଲାଠୋର ଥାନା ଏସ୍‌ଆଇ ଦେବାର୍ଚ୍ଚନ ମିର୍ଧାଙ୍କ ସମେତ ପୋଲିସ ବିଭାଗ ଅଧିକାରୀ, ଅଙ୍ଗନବାଡି କର୍ମୀ, ଏସ୍‌ଏଚ୍‌ଜି ମହିଳା, ଏବଂ ଦାଦନ ଶ୍ରମିକମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆଡ୍‌ ଏଟ୍ ଆକ୍ସନ ଜିଲ୍ଲା ପରାମର୍ଶ ଦାତା ସନ୍ଧ୍ୟାରାଣୀ ପତି ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.