କାର ବାଇକ ଧକ୍କାରେ ଯୁବକ ଗୁରୁତର : ଚିକିତ୍ସାଲୟ ପହଞ୍ଚାଇଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରଗଡ଼ ଭେଡେନ ରାସ୍ତା ସାହୁ ଟିକିରା ନିକଟରେ ଆଜି ଦିନ ୧୨.୩୦ ମିନିଟ ସମୟରେ ଏକ କାର ଓ ବାଇକ ମଧ୍ୟରେ ଭୟ ଦୁର୍ଘଟଣା ଘଟିଥିଲା ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ଆହତ ହେବା ସହିତ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ । ସଠିକ ସମୟରେ ସଂକଳ୍ପ ପରିବାରର ସଦସ୍ୟ ସୁରଜ ପଧାନ ଆହତ ଯୁବକକୁ ଚିକିତ୍ସାଲୟ ପହଞ୍ଚାଇ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିଲେ । ସୂଚନା ମୁତାବକ ଆଜି ଶୁକ୍ରବାର ଦିନ ୧୨.୩୦ ମିନିଟ ସମୟରେ ବରଗଡ଼ ଭେଡେନ ରାସ୍ତାରେ ଏକ କାର ଓ ବାଇକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ବାଇକ ଚାଳକ ଦିନେଶ ପଧାନ ବରଗଡ଼ରୁ ନିଜ କାମ ସାରି ତୁମଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ କାର ଆସି ତାଙ୍କୁ ବାଡେଇଥିଲା ଫଳରେ ଦିନେଶ ରାସ୍ତା ତଳକୁ ଛିଟିକି ଯାଇଥିଲେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ସେ ରାସ୍ତା କଡରେ ପଡିରହିଥିଲେ । ଠିକ ସେହି ସମୟରେ ଭେଡେନରୁ ବରଗଡ଼ ଫେରୁଥିବା ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ସୁରଜ ପଧାନ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମାତ୍ର ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ସେ ନିଜର ଟ୍ରେଲି ଟେମ୍ପୁରେ ଆହତ ଦିନେଶ ପଧାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବହିଆଣିଥିଲେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ରଞ୍ଜିତ ସାହୁ, ବିକାଶ ଭୋଇ, ଚିନ୍ମୟ ପାଣ୍ଡେ ପ୍ରମୁଖ ପହଞ୍ଚି ଆହତ ଯୁବକର ଚିକିତ୍ସା କରାଇଥିଲେ ଓ ତାଙ୍କର ପବିରାର ଲୋକଙ୍କୁ ଖବର ଦେବା ସହିତ ଭୀମସାର ବୁର୍ଲା ନେଇ ଯାଇଥିଲେ । ସଠିକ ସମୟରେ ଚିକିତ୍ସାଲୟ ପହଞ୍ଚାଇବାରୁ ଯୁବକର ଜୀବନ ବଞ୍ଚିଯାଇଥିବା ବିଷୟରେ ବିଭାଗୀୟ ଡାକ୍ତର କହିଥିବା ବେଳେ ସଂକଳ୍ପ ପରିବାର ସଦସ୍ୟ ସୁରଜ ପଧାନଙ୍କ ଉପଯୁକ୍ତ ସେବା ମୋନଭାବ ଯୋଗୁଁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରସଂଶା କରିଛନ୍ତି ।

Leave A Reply

Your email address will not be published.