csstore

ପଶ୍ଚିମ ଓଡିଶା ବୈଦିକ କର୍ମକାଣ୍ଡ ପଣ୍ଡିତ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୈଦିକ କର୍ମକାଣ୍ଡ ବ୍ରାହ୍ମଣଙ୍କୁ ଏକତ୍ରିତ କରିବା ପାଇଁ ପ୍ରୟାସ କରୁଥିବା ସଞ୍ଜିବ କୁମାର ପଣ୍ଡାଙ୍କ ଆହ୍ୱାନ କ୍ରମେ ଆଜି ସଦାଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ. ଶ୍ରୀକର ମିଶ୍ର ସଭାପତିତ୍ୱ କରିଥିଲେ । ବୈଦିକ କର୍ମକାଣ୍ଡ କରୁଥିବା ବ୍ରାହ୍ମଣମାନଙ୍କୁ ନେଇ ପଞ୍ଜିକରଣ କରିବା ପାଇଁ ସ୍ଥିର କରାଗଲା । ଏଥିରେ ବରଗଡ, ସୋନପୁର, ବୌଦ୍ଧ, ନୂଆପଡା, କଳାହାଣ୍ଡି ଜିଲ୍ଲାରୁ ବୈଦିକ ବ୍ରାହ୍ମଣମାନେ ଯୋଗଦାନ କରିଥିଲେ । ଏହି ସଭାରେ ଡ. ଶ୍ରୀକର ମିଶ୍ର, ସଞ୍ଜିବ କୁମାର ପଣ୍ଡା, ସଚ୍ଚିଦାନନ୍ଦ ମିଶ୍ର, ସୁମନ୍ତ ଷଡଙ୍ଗୀ, ରବିନାରାୟଣ ପଣ୍ଡା, ବୈଷ୍ଣବ ଷଡଙ୍ଗୀ, ସଚ୍ଚିଦାନନ୍ଦ ମିଶ୍ର, ନେହେରୁଲାଲ ଶତପଥୀ, କିଶୋର କୁମାର ମିଶ୍ର, ମାନସ ରଞ୍ଜନ ମିଶ୍ର, ହରିଶ୍ଚନ୍ଦ୍ର ହୋତା, ଶ୍ରୀକାନ୍ତ ମହାପାତ୍ର, ସୁବାଷ ବଡପଣ୍ଡା, ଉମାଶଙ୍କର ପୁରୋହିତ, ବିଭିଷଣ ଚାନ୍ଦ, ସନ୍ତୋଷ କୁମାର ମିଶ୍ର, ହେମନ୍ତ ମିଶ୍ର, ସନ୍ତୋଷ କୁମାର ଶତପଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.