csstore

ଖଇରା ୟୁପି ସ୍କୁଲରେ କ୍ଲଷ୍ଟରସ୍ତରୀୟ ଶିକ୍ଷକଙ୍କୁ ନେଇ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ୟୁପି ସ୍କୁଲ ଠାରେ ଆଜି କ୍ଲଷ୍ଟରସ୍ତରୀୟ ଶିକ୍ଷକ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା କ୍ଲଷ୍ଟର ସିଆର୍‌ସିସି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଏବିଇଓ ଅରୁଣ କୁମାର ଯୋଶୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମାନ ନିର୍ଦ୍ଧାରଣ, ବ୍ୟବହାର ଅଫ ଟାବଲେଟ୍‌, ଏଫ୍‌ଏଲ୍‌ଏନ୍‌, ଭିଏଏସ୍‌ ବିଷୟ ଉପରେ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା । ଖଇରା ୟୁପି ସ୍କୁଲର ପ୍ରଧାନଶିକ୍ଷକ ଶଶିଭୂଷଣ ଖମାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ସୁବ୍ରତ ରାଏ, ହରିରାମ ସତନାମୀ, ବିନୋଦିନି ନାଏକ, ଭଜମନ ବିଶ୍ୱାଳ, ପରମେଶ୍ୱର ମେହେର, ଟିକେମଣି ପ୍ରଧାନ, ସୁରଭି ରଣା, ତିବ୍ରରାଜ୍ ମେହେର, ଯୁଧିଷ୍ଠି ନାଗ, ଡୋଳାମଣି ରଣା, ଜିତେନ୍ଦ୍ର ଭତ୍ରା, ସଞ୍ଜୟ ପ୍ରଧାନୀ, ସିଦ୍ଧେଶ୍ୱର ବାରିକ, ହୃଦା ଭୋଇ, ଇନ୍ଦ୍ର ଭୋଇ, କାଞ୍ଚନ ବିଏଲ୍‌ କୁମ୍ଭାର, ରତିକାନ୍ତ ସେଠୀ, ରୋହିତ ରଣା, କାର୍ତ୍ତିକ ଭୁଏ, ମୀନିକେତନ ଭୋଇ, ମେନକା ପୁଟେଲଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.