csstore

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ମାଗଣା ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଶାସ୍ତ୍ରୀନଗର ପକ୍ଷରୁ ଶାସ୍ତ୍ରୀନଗର ପ୍ରହରୀ ମଣ୍ଡପ ଠାରେ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ ମାନଙ୍କ ସହାୟତାରେ ଆଜି ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସର୍ବମୋଟ ୧୭୦ରୁ ଅଧିକ ବିଭିନ୍ନ ବର୍ଗର ରୋଗୀ ଯଥା ଉଚ୍ଚ ରକ୍ତ ଚାପ, ମଧୁମେହ, କେନସର, ଥାଇରଡ଼ ଜନିତ ରୋଗର ଚିକିତ୍ସା ଓ ପରାମର୍ଶ ଇତ୍ୟାଦିର ସୁବିଧା ପାଇପାରିଥିଲେ । ରୋଗୀ ମାନ ନିଜକୁ ଚିକିତ୍ସା ତଥା ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଏଭଳି ସ୍ୱାସ୍ଥ୍ୟ ଶିବିର ଆହୁରି ଅନେକ କରିବାପାଇଁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଧିକାରୀକୁ ଅନୁରୋଧ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ଦାଇତ୍ୱରେ ଥିବା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦିବ୍ୟକିଶୋର ପତିଙ୍କ ପରାମର୍ଶ କ୍ରମେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ମ୍ୟାନେଜର୍‌ (ଏପିଏମ୍‌) ରାମାନୁଜ ପଣ୍ଡା, ନେସନାଲ୍‌ ପିସ ୟୁନିସନ୍‌ ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଦ୍ଦେଶକ ଓ ଚେୟାରମ୍ୟାନ୍‌ ସତ୍ୟରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ସତ୍ୟନାରାୟଣ ସାହୁ, ଡା. ଅଙ୍କିତ ପଣ୍ଡା, ଡା. ଅର୍ଜିତ ମହାନ୍ତି ଏହି ଶିବିରକୁ ଏକ ସଫଳ ଚିକିତ୍ସା ଶିବିର ବୋଲି ଓ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହି ବିଷୟ ବସ୍ତୁ ଉପରେ ମତବ୍ୟକ୍ତ କରିଥିଲେ । ଉପରୋକ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଇପ୍ସିତା ମହାନ୍ତି (ଫିଜିଓଥରାପିଷ୍ଟ) ନମ୍ରତା ମିଶ୍ର (ନିଉଟ୍ରିସନାଲିଷ୍ଟ) ଖୁସିରାମ ସୁନା, ରୋନି ବଗର୍ତି, ଜୁଲି ତାଣ୍ଡି, ଅସିତ ଆନନ୍ଦ, ବିରୁପାକ୍ଷ ଥନାପତି, ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ନିକୁଞ୍ଜ ପଟେଲ, ଦୀପାଞ୍ଜଳି ଖମାରି ଆଶା ଦିଦି, ମଣିଭଦ୍ର ବେହେରା ପ୍ରମୁଖ ସଭ୍ୟସଭ୍ୟା ଯୋଗଦାନ କରି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରାଇଥିବା ବେଳେ ସାମାଜିକ କର୍ମୀ ସୁଶୋଭିତା ଗୁରୁ ସଭ୍ୟଗଣ ଓ ଅନ୍ୟ ସ୍ଥାନୀୟ ଯୁବକ ସଂଘ ସଭ୍ୟ ଗଣ ଗଙ୍ଗାଧର ମାଝୀ, ରାଧେଶ୍ୟାମ ବିଶି, ଚମ୍ପେ ଦୋରା, ଦେବାଶିଷ ଲେଙ୍କା ପ୍ରମୁଖ ଏହି ଶିବିରକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.