csstore

ଶାରଳା ଶକ୍ତିପୀଠରେ ଶୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠରେ ଶୋଡ଼ଷ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ମା’ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ ଭଜନ କୀର୍ତ୍ତନ, ଚଣ୍ଡୀପାଠ, ହୋମଯଜ୍ଞ, ପ୍ରବଚନ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏଥିସହିତ ଇଚ୍ଛୁକ ଶ୍ରଦ୍ଧାଳୁ ଦେବୀଙ୍କ ନିକଟରେ ତ୍ରି ଦିନାତ୍ମକ, ନବ ଦିନାତ୍ମକ ଅଥବା ଶୋଡ଼ଶ ଦିନାତ୍ମକ ଭାବେ ଅଖଣ୍ଡ ଜ୍ୟୋତି ଜଳାଇ ପାରିବେ । ପ୍ରତ୍ୟହ ସକାଳ ୯ଟାରେ ଦେବୀଙ୍କ ମଙ୍ଗଳ ଆଳତୀ ତଥା ପୂଜାର୍ଚ୍ଚନା, ଦିବା ୧୨ଟାରେ ଚଣ୍ଡୀପାଠ, ଅପରାହ୍ନ ୨ଟାରେ ହବନ ତଥା ୩ଟାରେ ପ୍ରସାଦ ସେବନ ସାଙ୍ଗକୁ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଓ ରାତି ୯ଟାରେ ମା’ଙ୍କ ବିଶ୍ରାମ ଆଳତୀ କାର୍ଯ୍ୟକ୍ରମ ରହିଛି । ପୀଠର ଅଧ୍ୟକ୍ଷ ତଥା ମୁଖ୍ୟ ପୃଷ୍ଠପୋଷକ ମୁରଲୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁକେଶ ପଧାନ, ଦୁର୍ବାସା କ୍ଷେତି, ବ୍ରଜମୋହନ ବିଶୋଇ, ପ୍ରକାଶ ମହାରଣା, ଶତୃଘ୍ନ ରାଏ, ଡାକ୍ତର କୁଅଁର, କୁମର ମରେଇ, ସୁରଜ୍ ସେଟ୍, ଶାବନ ସାହୁ, ଜିତ ପଧାନ, ବିଶ୍ଵାମିତ୍ର ମହାକୁର, କୈଳାସ ପଧାନ, ଶୁକ୍ରୁ ଡୁସା, ଜୟନ୍ତ ଚିରଗୁନ, ଜିତେନ ଦଳପତି, ଜିତୁ ମଟାରି, ଆୟୁଷ୍ମାନ କୁଅଁର ପ୍ରମୁଖ ଉପସ୍ଥିତ ଥିବାବେଳେ ଘାସିରାମ ପୁଟା ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.