ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଜେଲ ପଠାଗଲା

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୨ ଡିସେମ୍ବର ୨୦୨୦ରେ ଟିଟିଲାଗଡ ସ୍ଥିତ ସର୍ଗିଗୁଡ଼ା ଠାରେ ପୋଲିସ କୂଅରୁ ଉଦ୍ଧାର କରିଥିଲା ଜଣେ ମହିଳାଙ୍କ ମୃତ ଦେହ । ଟିଟିଲାଗଡ ସହର ମଧ୍ୟରେ ଥିବା ଆକାଶ ଫେନ୍‌ସିର ମାଲିକ ଆନନ୍ଦ ଅଗ୍ରୱାଲଙ୍କ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଟିଟିଲାଗଡ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ସେହି ଦିନ ରାତି ୧୧ ଟାରେ ଖବର ପାଇ ଟିଟିଲାଗଡ ପୋଲିସ ଡିଏସପି ସୁରେନ୍ଦ୍ର ନାଥ ଶତପଥୀ ଓ ଏସଆଇ ସାବିତ୍ରୀ ଖାକା ଉକ୍ତ ସ୍ଥାନରେ ପହଞ୍ଚି ସ୍ଥିତି ଯାଞ୍ଚ କରି ପୋଲିସ ମୁତୟନ କରି ଘରକୁ ସିଲ୍ କରି ଦେଇଥିଲେ । ପର ଦିନ ବଲାଙ୍ଗିରର ଏକ ସାଇଣ୍ଟିଫିକ୍‌ ଟିମ୍ ସହ ଟିଟିଲାଗଡ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି କୂଅରୁ ଶବକୁ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ହତ୍ୟାକାରୀ ସ୍ୱାମୀ ଆନନ୍ଦ ଅଗ୍ରୱାଲଙ୍କୁ ଗିରଫ କରି ଆଜି ୧୧ ଜାନୁଆରୀରେ କୋର୍ଟ ଚାଲାଣ କରିଥିଲା । ଦଫା ୪୯୮(ଏ) , ଦଫା ୩୦୬ ର ଆଧାରରେ କୋର୍ଟରୁ ଜେ କୁ ନିଆଯାଇଥିବା ପୋଲିସ ସୂତ୍ରରୁ ଜଣା ଯାଇଛି ।

Leave A Reply

Your email address will not be published.

error: Content is protected !!