ଗଞ୍ଜାମ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ସମାବେଶ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ୍‌ ଠାରେ ସୁଭଦ୍ରା ଯୋଜନା ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ, ସିଡିପିଓ ସଲୀଳା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ । ନିରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସମାବେଶରେ ବିଡ଼ିଓ ବସନ୍ତ କୁମାର ମଲ୍ଲିକ ସୁଭଦ୍ରା ଯୋଜନାର ଉପକାରିତା ଉପରେ ବିଭିନ୍ନ ପଞ୍ଚାୟତର ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ । ଏହି ଯୋଜନାର ଶେଷ ନାହିଁ ତେଣୁ ବିନା ଦ୍ଵିଧାରେ ଆବେଦନ କରିବାକୁ ବିଡ଼ିଓ ପରାମର୍ଶ ଦେଇଥିଲେ । ଏଥିସହ ଆବେଦନ କରିବା ସମୟରେ କୌଣସି ଦେୟ ଦେବାକୁ ବାରଣ କରାଯାଇଥିଲା । ଯଦି କୌଣସି ବ୍ୟକ୍ତି ଏହି ଯୋଜନାରେ ଅନ୍ତରର୍ଭୁକ୍ତ କରିବା ପାଇଁ ଟଙ୍କା ମାଗନ୍ତି ତାହେଲେ ଅଭିଯୋଗ କଲେ ତାରି ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ମଲ୍ଲିକ ସୂଚନା ଦେଇଛନ୍ତି । କୌଣସି ରାଜ୍ୟ ଭାଜପା ସରକାରକୁ ଆସିବାର ଶହେ ଦିନ ନପୂରୁଣୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶୃତି ପୂରଣ ହେବାକୁ ଯାଉଛି ଏହି ଯୋଜନା ଦ୍ୱାରା ମହିଳା ମା’ ମାନେ ସ୍ୱାବଲମ୍ବୀ ହୋଇପାରିବେ । ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରତିଶୃତି ପୂରଣ କରାଯିବ ବୋଲି ବିଧାୟକ ନାୟକ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ରାମିଣ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ତତ୍‌ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ବାର୍ତ୍ତା ଦେଇଥିଲେ । ବ୍ଲକ ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ପ୍ରୋଗ୍ରାମ ଅଫିସର ଜଳନ୍ଧର ମହାରଣା, ବ୍ଲକ ଜିପିଓ, ସମେତ ଏନ୍‌ଏସି କର୍ମଚାରୀ ମାନେ ଏହାକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ଅଙ୍ଗନୱାଡି କର୍ମୀ ଓ ବହୁ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.