ଭୁବନେଶ୍ୱର : ଭାରତୀୟ ରେଡ୍କ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ବିଭୁତି ଭୂଷଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆଇସିଆର୍ସି ୟୁନିଟ୍ ଦ୍ୱାରା ପ୍ରାଥମିକ ଉପଚାର ଦିବସ ଭୁବନେଶ୍ୱର ସ୍ଥିତ ରେଡ୍କ୍ରସ୍ ଭବନ ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ଚଳିତ ବର୍ଷର ଆଭିମୁଖ୍ୟ ଥିଲା ପ୍ରାଥମିକ ଉପଚାର ଓ କ୍ରୀଡା । ଏହି ପ୍ରୋଗ୍ରାମର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରାଥମିକ ସହାୟତାକୁ ପ୍ରୋତ୍ସାହିତ କରିବା ଓ ଘରେ ଘରେ କିପରି ପ୍ରାଥମିକ ସହାୟକ ସୃଷ୍ଟି କରି ଜରୁରୀ ପରିସ୍ଥିତିରେ ସେବା ପ୍ରଦାନ କରି ବହୁ ଅୂଲ୍ୟ ଜୀବନ ବଞ୍ଚାଇବା । କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଭାରତୀୟ ରେଡ୍କ୍ରସ୍ର ପୂର୍ବତନ ଅବୈତନିକ ସଚିବ ସିଟିଏମ୍ ସୁଗୁଣା (ଆଇଏଏସ୍) ଯୋଗ ଦେଇଥିଲେ । ୟୁଥ୍ ରେଡ୍କ୍ରସ୍ ଅଧିକାରୀ ଡକ୍ଟର ରମେଶ ଚନ୍ଦ୍ର ବେହେରା ଏବଂ ଆଇସିଆର୍ସିର ପ୍ରୋଗ୍ରାମ ମ୍ୟାନେଜର ସଂଯୁକ୍ତା ପ୍ରିୟଦର୍ଶିନୀ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୨୦୦ରୁ ଅଥିକ ୟୁଥ୍ ରେଡ୍କ୍ରସ୍ ଓ ଜୁନିୟର୍ ରେଡ୍କ୍ରସ୍ର ପରାମର୍ଶଦାତା, ସ୍ୱେଚ୍ଛାସେବୀ, ମାଷ୍ଟର ଟ୍ରେନର, ଆଜୀବନ ସଦସ୍ୟ ଓ ରେଡ୍କ୍ରସ୍ର କର୍ମଚାରୀ ଯୋଗ ଦେଇଥିଲେ । ଜେଆର୍ସି ପରାମର୍ଶଦାତା ରବିଚନ୍ଦ୍ର ପଶାୟତ, ରାମନାରାୟଣ ଦାଶ, ସ୍ମୃତିରଂଜନ ପାଣି, ୟୁଥ୍ ରେଡ୍କ୍ରସ୍ ପରାମର୍ଶଦାତା ସୁଧାକର ବିସୋଇ, ଇତିଶ୍ରୀ ସୁନ୍ଦରା, ଅମିତାବାଲା ପାତ୍ର, ସ୍ୱେଚ୍ଛାସେବୀ ସ୍ମୁତିରଂଜନ ପାଢ଼ୀ, ଚିନ୍ମୟୀ ତରାସିଆ, ସାଗାରିକା ଗୋଛାୟତ, ଆଜୀବନ ସଦସ୍ୟ ମଞ୍ଜୁଲତା ତ୍ରିପାଠୀ, ଦିଲୀପ ଦାଶଶର୍ମା, ବି. ଗୋବିନ୍ଦ ରାଓ, ଦୀପକ କୁମାର ଚୌଧୁରୀ, ରେଡ୍କ୍ରସ୍ର କର୍ମଚାରୀ ଜେ. ଆର୍. ସି. ଓ ଲକ୍ଷ୍ମଣ ସ୍ୱାଇଁ, କୁବେର ଚନ୍ଦ୍ର ପାତ୍ର, ଲୀଲାପୂଣ୍ୟ ତୀର୍ଥ ସ୍ୱାଇଁ ମାନଙ୍କୁ ପ୍ରାଥମିକ ସହାୟତା ପ୍ରଦାନ କରି ଅମୂଲ୍ୟ ଜୀବନ ବଂଚେଇବାର ଉଦ୍ୟମ ପାଇଁ ସମ୍ମାନିତ କରାଯାଇଥିଲା । ଏଥି ସହିତ ଇଣ୍ଡିଆନ୍ ରେଡ୍କ୍ରସ୍ ସୋସାଇଟିର ମାଷ୍ଟର ଟ୍ରେନର ଡ. ବିକାଶ ପ୍ରସାଦ, ଡ. ଲୋକନାଥ ସାହୁ, ଡ. ଗୋପାଳ କୃଷ୍ଣ ମିଶ୍ର, ଲକ୍ଷ୍ମଣ ସ୍ୱାଇଁ, ଗୁଲଶନ କୁମାର ଦାଶ, ଡି. ଆଶିଷ ରାଠୋର, ସୁମନ୍ତ ଦ୍ୱିବେଦୀଙ୍କୁ ପ୍ରାଥମିକ ଉପଚାରକୁ ସ୍କୁଲ, କଲେଜ ଓ ଗାଁ ମାନଙ୍କରେ ପ୍ରାଥମିକ ସହାୟତା ସୃଷ୍ଟି କରିବାର ପ୍ରୟାସ ଓ ଜରୁରକାଳୀନ ସେବା ପାଇଁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରେଡ୍କ୍ରସ୍ ଭବନ ସମ୍ମୁଖରେ ଏକ ମାନବ ଶୃଙ୍ଖଳା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଶେଷରେ ଡ. ଗୋପାଳ କୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।