ଚାନ୍ଦିଲି ପୋଲିସକୁ ବଡ ସଫଳତା : ୯୦ ହଜାର ଟଙ୍କା ସହ ୪ ଜଣ ଗିରଫ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ପୋଲିସକୁ ମିଳିଛି ‌‌‌‌ବଡ ସଫଳତା । ଚଳିତ ମାସ ୯ ତାରିଖ ଦିନ ଲୁଟ୍ ହୋଇଥିବା ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ୨ଟି ମୋଟର ସାଇକଲ, ୪ଟି ମୋବାଇଲ, ନଗଦ ୯୦ ହଜାର ଟଙ୍କା ସହିତ ନକଲି ବନ୍ଧୁକ ଓ ଭୁଜାଲି ଜବତ କରିଛି ଚାନ୍ଦିଲି ପୋଲିସ । ଭାରତ ଫାଇନାନ୍ସ ବ୍ୟାଙ୍କର ମ୍ୟାନେଜର ସୁକାନ୍ତ କୁମାରଙ୍କ ଠାରୁ ତରାଳାବଡି ନିକଟରେ ୯ ଜଣ ୧ ଲକ୍ଷ ୭୨ ହଜାର ଟଙ୍କା ଲୁଟ କରିଥିଲେ । ସେମାନେ ଭୁଜାଲି ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରି ଏକ ପୋଲିସ ଦଳ ୪ ଜଣଙ୍କୁ ଗିରଫ କରିଛନ୍ତି । ଘଟଣାରେ ଜଡ଼ିତ ଅନ୍ୟ ୫ ଜଣ ଫେରାର ଅଛନ୍ତି । ଅଭିଯୁକ୍ତ ୩ ଜଣଙ୍କୁ ଏସ୍‌ଡ଼ିଜେଏମ୍‌ କୋର୍ଟ ଓ ଅନ୍ୟଜଣେ ନାବାଳକ ଅଭିଯୁକ୍ତକୁ ଭବାନୀପାଟଣା ଜୁଭେନାଇଲ କୋର୍ଟକୁ ପଠାଯାଇଛି ।

Leave A Reply

Your email address will not be published.