ହରଭଙ୍ଗା ସ୍କୁଲରେ ବିଶ୍ଵ ପ୍ରାଥମିକ ଦିବସ ପାଳିତ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ରାସ୍ତାଘାଟ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିବା ସହିତ ତଦଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମୂଲ୍ୟବାନ ଜୀବନ ଚାଲିଗଲେ ପରିବାର ଲୋକେ ଶୋକ ସନ୍ତପ୍ତରେ ସମୟ ବିତାଇଥାନ୍ତି । ଆର୍ଥିକ ଦିଗରେ ବିଶେଷ ଭାବରେ ପରିବାର ଲୋକେ କ୍ଷତିଗ୍ରସ୍ତ ହୋଇଥାନ୍ତି । ପ୍ରାଥମିକ ଶିକ୍ଷା ତଥା ଆବଶ୍ୟକ ସମୟରେ ଉପଯୁକ୍ତ ପ୍ରାଥମିକ ସେବା ଯୋଗାଇଦେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ହେବା ଉଚିତ୍ । ଏ କଥାକୁ ଦୃଷ୍ଟିରେ ରଖି ରାଜ୍ୟ ରେଡକ୍ରସର ଆହ୍ୱନ କ୍ରମେ ଆଜି ସେପ୍ଟେମ୍ବର ଦ୍ୱିତୀୟ ଶନିବାରରେ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରେଡକ୍ରସ ସାଧନକର୍ମି ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଡେମୋନେଷ୍ଟ୍ରେସନ ମାଧ୍ୟମରେ ଶ୍ରୀ ପଶାୟତ ପ୍ରାଥମିକ ଚିକିତ୍ସାର ଡି.ଆର.ଏ.ବି.ସି, ମୂର୍ଚ୍ଛା ସକ୍, ଚୋକିଂ, ରିକୋଭରି ପୋଜିସନ୍ ଭଳି ବିଭିନ୍ନ କୌଶଳ ବିଷୟରେ ତାଲିମ ଦେଇଥିଲେ । ଶିକ୍ଷକ, ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସମସ୍ତେ ତାଲିମ ନେବା ସହିତ ଆଗାମୀ ଦିନରେ ଲୋକଙ୍କ ସେବା କରିବାକୁ ଆଗେଇ ଆସିବାକୁ ଅଙ୍ଗୀକାର ବଦ୍ଧ ହୋଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଗୋବିନ୍ଦ ସାହୁ, ଦିଲ୍ଲୀପ କୁମାର ଥନାପତି, ରାଜକିଶୋର ମହାକୁର, ମଣ୍ଟେସ କୁମାର ସାହୁ, ସ୍କୁଲ କମିଟି ସଭାପତି ବିପିନ ସାହୁ, ସଦସ୍ୟା ବିମଳା ଠାକୁର, ଶବ୍ୟା ଥନାପତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ପୀଙ୍କି କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.