oom

ବଙ୍ଗୋମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଏକ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ହୃଦୟବାନ ଛତ୍ରିଆ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଶିକ୍ଷା ଅଧିକାରୀ ବୈକୁଣ୍ଠ ନାଥ ଶବର, ସମ୍ମାନୀତ ଅତିଥି ଭାବେ ଚୈତନ୍ୟ ଧରୁଆ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବଙ୍ଗୋମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜିତାମିତ୍ର ବିଶି ମଂଚ ପରିଚାଳନା କରିଥିଲେ । ଆନ୍ତର୍ଜାତୀୟ ସାକ୍ଷରତା ଦିବସରେ ଶିକ୍ଷାର ବିକାଶ ବିଷୟରେ ନିଜ ବକ୍ତବ୍ୟ ରଖି ଥିଲେ ତତ୍ ସହିତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଶବର ଭାରତ ସରକାରଙ୍କ ନିପୂଣ ଭାରତ ମିଶନ ଓ ଉଲ୍ଲାସ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକର ପ୍ରାୟ ସମସ୍ତ ଗ୍ରାମରୁ ଯେଉଁ ୧୫ ବର୍ଷ ବୟସରୁ ଅଧିକ ମହିଳା ପୁରୁଷମାନେ ନିରକ୍ଷର ଥିଲେ ଉଲ୍ଲାସ ମାଧ୍ୟ ରେ ସାକ୍ଷର ହୋଇ ପାରିଲେ । ଆନ୍ତର୍ଜାତୀୟ ସାକ୍ଷରତା ଦିବସର ନାଗରିକମାନଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇ ସିଆରସିସି ନଳ ଭୋଇ, ନରେଶ ମାଝୀ, ହର ମାଝୀ, ରମାକାନ୍ତ ଛୁରା, ଭାସ୍କର ଜାଲ, ବିମଲ ଛୁରା, ରଘୁମଣି ତାଣ୍ଡି, କୁମର ମଣି ବେହେରା, ତୁଳସୀ ସୁନା ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରି ଥିଲେ । ଶେଷରେ ଶିକ୍ଷକ ଚୈତନ୍ୟ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.