କଳାହାଣ୍ଡିରେ ପୁଣି ଏକ ମାଈ ହାତୀର ମୃତ୍ୟୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ହାତୀ ଓ ମଣିଷ ଲଢେଇରେ କେତେବେଳେ ହାତୀର ଜୀବନ ଯାଉଛି ତ ପୁଣି କେବେ ହାତୀର ମୃତ୍ୟୁ ଘଟୁଛି । ଏଭଳି ଏକ ଘଟଣା କଳାହାଣ୍ଡିରେ ଦେଖିବାକୁ ମିଳିଛି । ଅକାଳରେ ଗଜରାଜର ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗିଡିମାଲ୍ ନିକଟସ୍ଥ ଏକ ବିଲ୍‌ ପାଖରେ ଆଜି ସକାଳୁ ଏକ ମାଈ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ମାଈ ହାତୀର ବୟସ ପାଖା ପାଖି ୧୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ପାରିପାର୍ଶ୍ଵିକ ସ୍ଥିତିରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିବା ଜଣାପଡୁଛି । କିଛି ଚାଷୀ ନିଜ ଚାଷକୁ ବଞ୍ଚାଇବାକୁ ହେଉ କିମ୍ବା ବାରାହା ଶିକାର କରିବା ଉଦ୍ଦେଶ୍ୟରେ ଏଭଳି କାମ କରିଥିବା ସନ୍ଦେହ ହେଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି । ଘଟଣାସ୍ଥଳରେ ବନବିଭାଗ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.