p purohi

ପନ୍ତ, ପୁଜାରା, ବିହାରୀ ଓ ଅଶ୍ଵୀନଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ଅମିମାଂସିତ ହେଲା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ

dr. purohit

ସିଡ୍‌ନି : ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‍ ମ୍ୟାଚ୍‌ ୫ଦିନରେ ଅମୀମାଂସିତ ଭାବେ ଶେଷ ହୋଇଛି। ସୋମବାର ସନ୍ଧ୍ୟା ବେଳେ ଚାଲିଥିବା ପଞ୍ଚମ ଦିନର ଏହି ମ୍ୟାଚ୍‌ରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ସୁନ୍ଦର ବ୍ୟାଟିଙ୍ଗ୍‌ ପ୍ରଦର୍ଶନ କରିବା ସହ ନଟ୍‌ ଆଉଟ୍‌ ରହିଛନ୍ତି। ୧୬୧ଟି ବଲ୍‌ର ସମ୍ମୁଖୀନ ହୋଇ ବିହାରୀ ୨୩ ରନ୍‌ କରିଥିବା ବେଳେ ୧୨୮ ବଲ୍‌ ଖେଳି ଅଶ୍ୱିନୀ ୩୯ ରନ୍‌ ସଂଗ୍ରହ କରିଛନ୍ତି। ୧୩୧ ଓଭର୍‌ ଖେଳି ୫ ଓ୍ଵିକେଟ୍‌ ବିନିମୟରେ ଭାରତ ୩୩୪ ରନ୍‌ ସଂଗ୍ରହ କରିଛି। ଉଭୟ ଖେଳାଳି ୪୨.୪ ଓଭର୍‌ ଖେଳିଛନ୍ତି। ବିଜୟ ପାଇଁ ୩୦୯ ରନ୍‌ ଲକ୍ଷ୍ୟ ରଖି ଭାରତ ଦୁଇ ଓ୍ଵିକେଟ୍‌ ବିନିମୟରେ ୯୮ ରନ୍‌ ସଂଗ୍ରହ କରିଥିବା ବେଳେ ଚେତେଶ୍ୱର ପୂଜାରା ୨୦୫ ବଲ୍‌ରେ ୭୭ ରନ୍‌ ଓ ଋଷଭ ପନ୍ତ ୧୧୮ ବଲ୍‌ରେ ୯୭ ରନ୍‌ ସଂଗ୍ରହ କରି ଭାରତର ମୁକାବିଲାକୁ ଆଗେଇ ନେଇଥିଲେ। ଏହା ପୂର୍ବରୁ ସ୍କିପର୍‌ ଅଜିଙ୍କ୍ୟ ରାହାଣେ ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ।
ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ସିରିଜ୍‌ ୧-୧ରେ ସମତୁଲ ରହିବା ସହ ଜାନୁଆରି ୧୫ ତାରିଖରେ ଗ୍ୟାବାରେ ଆୟୋଜନ ହେବାକୁ ଥିବା ଚତୁର୍ଥ ତଥା ଚୂଡ଼ାନ୍ତ ମ୍ୟାଚ୍‌ରେ ପ୍ରବେଶ କରିଛି।

nrusinghnath
Leave A Reply

Your email address will not be published.