ହୋତା ପରିବାରରେ ନୂଆଁଖାଇ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସରଗଡାରେ ହୋତା ପରିବାରଙ୍କ ଦ୍ଵାରା ଭାଇଚାରା ପର୍ବ ନୂଆଁଖାଇ ପାଳନ କରାଯାଇଛି । ୪୨ ଜଣ ଗୋଟେ ସ୍ଥାନରେ ବସି ଅନ୍ନପ୍ରସାଦ ଗ୍ରହଣ କରିଥିଲେ । ପରିବାରର ବୟୋଜ୍ୟେଷ୍ଠ ରାଜକିଶୋର ହୋତା ଓ ପ୍ରସନ୍ନ କୁମାର ହୋତାଙ୍କ ତତ୍ତ୍ଵାବଧାନରେ ଲଗ୍ନ ଅନୁଯାୟୀ ସକାଳ ୯:୪୫ରେ ନବାନ୍ନ ଭକ୍ଷଣ ପରେ ସମସ୍ତେ ସମସ୍ତଙ୍କୁ ପ୍ରଣାମ କରି ଶୁଭେଚ୍ଛା ମାନାସିଥିଲେ । ତାପରେ ପରିବାରର ଶିଶୁମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସାରିକା, ୟସ୍, ମୁଷ୍କାନ୍, ଗୋଲୁ, ଦ୍ଵିତିକ୍, ଅଂଶୁ ଓ କୀର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଭାଗନେଇ ଗୀତ ଓ ନାଚରେ ସମସ୍ତଙ୍କୁ ବିଭୋର କରିଥିଲେ ଓ ଯୁବକବି କୃଷ୍ଣେନ୍ଦୁ ହୋତା ନୂଆଁଖାଇକୁ ନେଇ କବିତା ପାଠ କରିଥିଲେ । ସନ୍ଧ୍ୟା ସମୟରେ ନବୀନ କୁମାର ହୋତା କୀର୍ତ୍ତନରେ ଓ କମଳେନ୍ଦୁ ହୋତାଙ୍କ ଭଜନରେ ସମସ୍ତେ ହରିନାମରେ ମଜ୍ଜିଯାଇଥିଲେ । ଭାତୃଭାବ ଓ ସମସ୍ତଙ୍କୁ ନେଇ ଚାଲିବା କ’ଣ, ତାର ଏକ ସମ୍ପୂର୍ଣ୍ଣ ଉଦାହରଣ ସୃଷ୍ଟି କରିପାରିଛି ଏହି ହୋତା ପରିବାର ।

Leave A Reply

Your email address will not be published.