ପାରିବାରିକ ମତାନ୍ତର-ମନାନ୍ତରକୁ ଭୁଲି ଏକାଠି ହୋଇ ନୂଆଁ ଖାଇଲେ ରାଜ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ନୂଆଁଖାଇ । ଏହି ଅବସରରେ ରାଜନୈତିକ ଓ ପାରିବାରିକ ମତାନ୍ତର-ମନାନ୍ତରକୁ ଭୁଲି ଏକାଠି ହୋଇଛନ୍ତି ବଲାଙ୍ଗିର ରାଜ ପରିବାର । ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ତାଙ୍କ କାକା ତଥା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ଆଜି ବଲାଙ୍ଗିରର ଶୈଳେଶ୍ରୀ ପେଲେସ୍‌ରେ ଏକାଠି ହୋଇ ନୂଆଁ ଖାଇଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭିଙ୍କ ସହ ତାଙ୍କ ଧର୍ମପତ୍ନୀ ତଥା ବଲାଙ୍ଗିରର ସାଂସାଦ ଶ୍ରୀମତୀ ସଙ୍ଗିତା ସିଂହଦେଓ ଥିବା ବେଳେ ବିଜେଡିର ବରିଷ୍ଠ ନେତା ଅନଙ୍ଗଙ୍କ ବଡ଼ ପୁଅ ତଥା ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ତାଙ୍କ ଧର୍ମପତ୍ନୀ ଓ ମନ୍ମଥ ସିଂହଦେଓ ଉପସ୍ଥିତ ଥିଲେ । ଶୈଳଶ୍ରୀ ପ୍ୟାଲେସରେ ରାଜକୀୟ ପରମ୍ପରା ଅନୁଯାୟୀ ରାଜପୁରୋହିତ ପୂଜା ବିଧି ସାରିବା ପରେ ସମସ୍ତଙ୍କୁ ନୂଆ ପରଶି ଥିଲେ । ନୂଆଁ ଖାଇବା ପରେ ଜୁହାରଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ନେଇ ଜଣାପଡ଼ିଛି ।

Leave A Reply

Your email address will not be published.