ବିଜେପୁରରେ ବ୍ଲକସ୍ତରୀୟ ଗୁରୁ ଦିବସ ସମାରୋହ

  • ସମ୍ମାନୀତ ହେଲେ ୨୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ପ୍ରାଥମିକ ଶିକ୍ଷକ ଭବନରେ ବ୍ଲକସ୍ତରୀୟ ଗୁରୁ ଦିବସ ସମାରୋହରେ ପାଳିତ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ ପଧାନଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉପ ସଭାପତି ଜୟଦେବ ଧରୁଆ, ସଂପାଦକ ସୌମ୍ୟରଂଜନ ପଧାନ, ସାଧାରଣ ସମ୍ପାଦକ ଶଶି ଭୂଷଣ ସାହୁ, କୋଷାଧ୍ୟକ୍ଷ ପ୍ରେମରାଜ ପଧାନ ମଞ୍ଚାସୀନ ଥିଲେ । ଶିକ୍ଷକ ପୃଥ୍ୱୀରାଜ ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କଣ୍ଠଶିଳ୍ପୀ ତଥା ଶିକ୍ଷକ ପଦ୍ମନାଭ ଦାଶ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଗୁରୁ ପୂଜନ ପରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଦୀପ କୁମାର ଭୋଇ, ଦେବାନନ୍ଦ ସାହୁ, ଶୁଭ୍ର ରେଖା ହୋତା, ହିମାଦ୍ରୀ ବିହାରୀ ବେହେରା, ଆନନ୍ଦ ଚନ୍ଦ୍ର ସାହୁ, ପଙ୍କଜିନୀ ସାହୁ, ଦିଲ୍ଲୀପ କୁମାର ହୋତା, ନବୀନ କୁମାର ପଧାନ, ରାଜ କିଶୋର ଭୋଇ, ରାମିଷ୍ଟର ସାହୁ, ହିମାଂଶୁ ଶେଖର ସାହୁ, ସଂଯୁକ୍ତା ସାହୁ, କୃଷ୍ଣ ଚନ୍ଦ୍ର ପାଣ୍ଡେ, ସ୍ଵପ୍ନେଶ୍ଵର ରଥ, ବିକ୍ରମାଦିତ୍ୟ ସିଂ ଗଡତୀୟା, ଜେକବ ନନ୍ଦ, ପ୍ରେମରାଜ ପଟେଲ, ନାରାୟଣ ମେହେରଙ୍କୁ ମାନପତ୍ର, ଉପାୟନ ଓ ମେମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ଚଳିତ ବର୍ଷ ପ୍ରଥମ ଭାବରେ ମରଣୋତ୍ତର ସମ୍ମାନରେ ରାଜ କିଶୋର ମିଶ୍ର, ଦାମୋଦର ବାଗ, ଦୁର୍ଯୋଧନ ଷାଣ୍ଢ, ତାରାୟଣ ବଗର୍ତ୍ତୀ, ମନୋରମା ମିଶ୍ର, ଜୟରାମ ବାରିକଙ୍କୁ ସମ୍ମାନିତ କରାଯାଇଥିଲା । ତାଙ୍କର ପରିବାରର ଦାୟାଦଗଣ ମରଣୋତ୍ତର ସମ୍ମାନ ଗ୍ରହଣ କରିଥିଲେ । ଶିକ୍ଷକ ଅକ୍ଷୟ ସାହୁ ଗୁରୁ ବନ୍ଦନା ଗାନ କରିଥିଲେ । ଶିକ୍ଷକ ରାଜେଶ୍ଵର ବେହେରା ସମାରୋହକୁ ସଂଯୋଜନା କରିଥିଲେ । ଦୁର୍ବାଦଳ ବଡଗୋଛିଆ, ସୌଦାମିନୀ ମାଝୀ, ଦିଲ୍ଲୀପ ପୁରି, ବିଡ଼ିଓ ସାହୁ, ଭାଗବତ ସାହୁ, ସୁନୀତା ସେଠ, ସୁନନ୍ଦ ମିଶ୍ର, ସରୋଜ ସାହୁ, ଚନ୍ଦ୍ରକଳା ଦାଶ, ପ୍ରଶାନ୍ତ ପଣ୍ଡା, ପ୍ରତିମା ପ୍ରଧାନ, କବିତାରାଣୀ ସାହୁ, ପ୍ରଭାତ ରଞ୍ଜନ ସାହୁ, ନବୀନ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କ୍ରୀଡା ଶିକ୍ଷକ ହୃଦମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.