csstore

ଚୁଲିଫୁଙ୍କାରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୁଲିଫୁଙ୍କା ଗ୍ରାମପଞ୍ଚାୟତ ସରପଞ୍ଚ ଯମୁନା ବେହେରାଙ୍କ ସଭାପତିତ୍ୱରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀ, ଆଇଆଇସି ସଞ୍ଜୀବ ପ୍ରଧାନ, ଏକାଉଣ୍ଟ ଅଫିସର ଜ୍ୟୋତିପ୍ରକାଶ ମିଶ୍ର, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ଏପିଓ ଲକ୍ଷ୍ମଣ କୁମାର ବୁଡେକ, ଯୋଗାଣ ନିରୀକ୍ଷକ ଦୀପମ୍ ଜ୍ୟୋତି ବଘାର, ସିଡିପିଓ ମାଧୁରୀ ହୋତା, ବିପିଏ ଜିତେନ୍ଦ୍ର ରଣା, ବିଆର୍‌ସି ବୈଷ୍ଣବ ନାଏକ, କନିଷ୍ଠ ଯନ୍ତ୍ରୀ ବିକ୍ରମ ସିଂ ବିଭାର, ବିଏସ୍‌ଏସ୍‌ଓ ସଞ୍ଜିତ ସୁନା, ଉଦ୍ୟାନ ବିଭାଗ କର୍ମଚାରୀ ସୁଶୀଲ କୁମାର ମେହେର ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଲୋକେ ମୁଖ୍ୟତଃ ଭତ୍ତା, ରାସନ କାର୍ଡ, ଘର ପାଇଁ ଲୋକେ ଆବେଦନ କରିଥିଲେ । ଶତାଧିକ ଅଭିଯୋଗକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚି ଆବେଦନ କରିଥିଲେ । ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କରାଯାଇଥିବାରୁ ଲୋକେ ନିଜ ନିଜର ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରଯାଇଥିଲେ । ଏଥିରେ ଚୁଲିଫୁଙ୍କା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପରମାନନ୍ଦ ମହାନନ୍ଦ, ଏକାଉଣ୍ଟାଣ୍ଟ କମ୍‌ ଡିଇଓ ବିକ୍ରମାଦିତ୍ୟ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ସୁଶାନ୍ତ ବେହେରାଙ୍କ ସହ ପଞ୍ଚାୟତର କର୍ମଚାରୀ ମାନେ ସହଯୋଗ କରିଥିଲେ

jayashree
Leave A Reply

Your email address will not be published.