oom

ବାବା ବିଶାଶହେ କୁଲୁତା ସମାଜର ଜିଲ୍ଲାସ୍ତରୀୟ କମିଟି ଗଠନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରଣେଶ୍ୱର ରାମଚଣ୍ଡି ପୀଠ ହର୍ଡାଟାଲ କେନ୍ଦ୍ର ଠାରେ ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା ପରେ ବାବା ବିଶାଶହେ କୁଲୁତା ସମାଜର ନୂତନ କମିଟି ଗଠିତ ହୋଇଯାଇଛି । ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲାର ୩୦ଟି ଆଂଚଳିକ କେନ୍ଦ୍ରର ସଭାପତି ସମ୍ପାଦକ ଓ ଜିଲ୍ଲା ଯୁବ ସମାଜ ସଭାପତି ରମେଶ ଚନ୍ଦ୍ର ଗଡତ୍ୟା, ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ବାବା ବିଶାଶହେ କୁଲୁତା ସମାଜର କର୍ମକର୍ତ୍ତା ପ୍ରସ୍ତାବ ଓ ସମର୍ଥକରେ ମନୋନିତ କରାଯାଇ କମିଟି ଗଠନ କରାଯାଇଛି । କମିଟିର ସଭାପତି ଭାବେ ବେଲାର ସିଂ ଭୋଇ, ଉପ-ସଭାପତି ବେଲାର ସାହୁ, ସଂପାଦକ ମଧୁସୂଦନ ନାଏକ, ସହସଂପାଦକ ମହେନ୍ଦ୍ର ପଧାନ, ଭକ୍ତବନ୍ଧୁ ବିଶ୍ୱାଳ, ରାଜେନ୍ଦ୍ର ନାରାୟଣ ପାତ୍ର, ଡିଲେଶ୍ୱର ବାରିକ, କୋଷାଧ୍ୟକ୍ଷ ବୃନ୍ଦାବନ ପ୍ରଧାନ, ମହିଳା ସଭ୍ୟ କୁନ୍ତଳା ଗଡତ୍ୟା, ଉପଦେଷ୍ଟା ଭାବେ କ୍ଷମାନିଧି ଭୋଇ, ଲିଙ୍ଗରାଜ ପଧାନ, ଶତୃନ ଭୋଇ, ବିପିନ ବିହାରୀ ସାହୁ ଓ ପୃଥ୍ୱୀରାଜ ଗଡତ୍ୟା ଦାୟିତ୍ୱ ଗ୍ରହଣ କରିଛନ୍ତି । କୁଲୁତା ସମାଜର ଉନ୍ନତି ପ୍ରଗତି ତଥା ସମାଜର ସଂସ୍କୃତି ପରମ୍ପରା ଅଗ୍ରଗତି ନିମନ୍ତେ ମନୋନିତ ସଭ୍ୟସଭ୍ୟା ସଂକଳ୍ପ କରିଥିଲେ ଓ ଶେଷରେ ସଞ୍ଜୟ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.