ଲୋକ ଉନ୍ନତି ସଂଗଠନ ତରଫରୁ ବାଲ ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଗ୍ରାମପଂଚାୟତର ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ଏକ ବାଳ ଗ୍ରାମସଭା ବୈଠକ ଅନୁଷ୍ଠିତ କରାଗଲା । ଏହି ବାଳଗ୍ରାମ ସଭାରେ ଚଙ୍ଗରିଆ ଗ୍ରାମ ପଂଚାୟତର ଛାତ୍ର ହିମାଂଶୁ ସରାଫ ସଭାପତିତ୍ୱ କରିଥିଲେ । ବାଳ ଗ୍ରାମ ସଭାର ମୁଖ୍ୟ ଲକ୍ଷ୍ୟ ହେଲା – ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଭିର୍ତ୍ତିଭୂମୀ ଅଭାବ ରହିଛି ସେହି ଭିର୍ତ୍ତିଭୂମୀ ଗୁଡିକ ପୂରଣ ପାଇଁ ସରକାରୀ ବିଭାଗରୁ ପୂରଣ କରାଗଲେ ତା ହେଲେ ଗୋଟିଏ ଆଦର୍ଶ ବିଦ୍ୟାଳୟ ହୋଇ ପାରିବ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମତ ଦେଲେ । ସେହି ଭିର୍ତ୍ତିଭୂମୀ ଗୁଡିକ ହେଲା ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତକୁ ୫ଟି ଶ୍ରେଣୀ କୋଠରୀ, ଅଫିସ କୋଠରୀ ଗୋଟିଏ ଅଲଗା, ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତରେ ନିଯୁକ୍ତି, ପ୍ରଧାନ ଶିକ୍ଷକ ପ୍ରତି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଆବଶ୍ୟକ ଲାଇବ୍ରେରୀ କୋଠରୀ ଓ ପୁସ୍ତକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଖେଳ ପଡିଆ, ବାଳକ ବାଳିକା ମାନଙ୍କ ପାଇଁ ଅଲଗା ଅଲଗା ପାଇଖାନା ନିର୍ମାଣ ବ୍ୟବସ୍ଥା କରାଗଲେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ମିଳିବ ବୋଲି ସଭାରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ସର୍ବସାଧାରଣ ମତାମତ ଦେଇଥିଲେ । ଚଙ୍ଗରିଆ ଗ୍ରାମ ପଂଚାୟତରେ ଉଚ୍ଚ ବିଦ୍ୟାଳୟ ନଥିବାରୁ ଗୋଟିଏ ଉଚ୍ଚ ବିଦ୍ୟାଳୟ କିପରି କରାଯାଇ ପାରିବ ସେ ଉପରେ ସରକାରୀ ବିଭାଗ ସହ ଯୋଗାଯୋଗ ଦରଖାସ୍ତ ପ୍ରଦାନ କରି ଉଚ୍ଚ ବିଦ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି କରାଗଲା । ଆଗାମୀ ଦିନ ମାନଙ୍କରେ ସମସ୍ତ ଗ୍ରାମ ପଂଚାୟତରେ କିପରି ବାଲ ଗ୍ରାମସଭା ହୋଇ ପାରିବ ସେ ଉପରେ ବୈଠକରେ ନିଷ୍ପତ୍ତି ନିଆଗଲା । ବୈଠକରେ ଚଙ୍ଗରିଆ ଗ୍ରାମ ପଂଚାୟତ ସରପଞ୍ଚ ସୁଶୀଲ କୁମାର ଗୁରୁ, ଲୋକ ଉନ୍ନତି ସଂଗଠନ ବିଶ୍ୱନାଥ ବାଗ, ଦଳପତି, ଅଧ୍ୟକ୍ଷା ସସ୍ମିତା ବାରିକ, ପିଇଓ ରାଧେଶ୍ୟାମ ମେହେର, ପ୍ରବୀଣ କୁମାର ଦାସ, ଉର୍ମିଲା ଯୋଶୀ, ଯୁବରାଜ ପଧାନ, ଦୀପକ ଧରୁଆ, ଆଶିଷ କୁମାର ମେହେର, ଡିଲେଶ୍ୱର ସାହୁ, ଗୋଲେକ ନାଥ ବରିହା, ଲୋକ ଉନ୍ନତି ସଂଗଠନର କର୍ମକର୍ତ୍ତା, ପରୀକ୍ଷିତ ମାଝୀ, ଗୀତାଞ୍ଜଳି କୁମ୍ଭାର, ପ୍ରହଲ୍ଲାଦ ଶିକା, ସୁଶୀଲ ନନ୍ଦ, ଉଲପି ସାହୁ, ପ୍ରଭୁଲାଲ ସରାଫ, ସୁଦେସ୍ନା ଭୋଇ, ନିରୁପମା ମହରା, ବନମାଳୀ ଛତ୍ରିଆ ଚଙ୍ଗରିଆ ଗ୍ରାମ ପଂଚାୟତର ଲୋକପ୍ରତିନିଧି, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା, ଲୁହାଖାନ, ରେଙ୍ଗାଳ ଜୋରି, ଚଙ୍ଗରିଆ, ଦୁନ୍ଧେଲ ଗ୍ରାମର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ୍‌ ୫୭ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.