ସାହୁ ସମାଜ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ତୈଳିକ ବୈଶ୍ୟ ସାହୁ ଧର୍ମଶାଳାରେ ନୁଆଁଖାଇ ଭେଟଘାଟ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସାହୁ ସମାଜ ବ୍ଲକ ସଭାପତି ବଳରାମ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଆଗାମୀ ୨୨ରେ ନୂଆଁଖାଇ ଭେଟଘାଟ ଓ ସାମାଜିକ ବ୍ୟାବସ୍ଥା କରିବାକୁ ନିଷ୍ପତି ନିଆଯାଇଥିଲା । ବୈଠକରେ ବରିଷ୍ଟ କର୍ମକର୍ତ୍ତା ଉଗ୍ରେସନ ସାହୁ , ବେଣୁଧର ସାହୁ, ହୁତାଶନ ସାହୁ, ଭରତ ସାହୁ, କିଶୋର ସାହୁ ,ସୁବାସ ସାହୁ, ମଧୁ ସାହୁ , ଦହିତ ସାହୁ, ମହେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁଧିଷ୍ଟିର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.