ରାଜବୋଡାସମ୍ବର ବ୍ଲକ୍ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେଆର୍‌ପି ହାଇସ୍କୁଲ ବାଜେନମୁଣ୍ଡା ପରିସର ମଧ୍ୟରେ ରାଜବୋଡାସମ୍ବର ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ବ୍ଲକ ସଭାପତି ପ୍ରମୋଦ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ବରଗଡ଼ ଜିଲ୍ଲା ଓଷ୍ଟା ସଭାପତି ନନ୍ଦଲାଲ ନାଏକ, ଉପ ସଭାପତି ଚୂଳସୁନ୍ଦର ମେହେର, ସମ୍ପାଦକ ସଞ୍ଜୟ ସିଂହ, ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ଭୋଇ, ରାଜ୍ୟ ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ, ପ୍ରୀତିରଞ୍ଜନ ପ୍ରଧାନ, ଗୋକୁଳାନନ୍ଦ ଡ଼ଣ୍ଡସେନା, ବ୍ଲକ ସଂପାଦକ ପ୍ରସନ୍ନ ମେହେର, ପ୍ରଧାନ ଶିକ୍ଷକ ପ୍ରଜାପତି ବାରିକ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ଆରମ୍ଭରୁ ଗଣେଶ ଓ ମା’ ସରସ୍ଵତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା ଓ ସ୍କୁଲର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରା ଯାଇଥିଲା । ରବିଶଙ୍କର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ସଂପାଦକ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଏହି ସଭାରେ ଶିକ୍ଷକ ମାନଙ୍କ ସମସ୍ୟା ସମ୍ୱନ୍ଧରେ ଆଲୋଚନା କରାଯାଇଥିଲା ଏବଂ ଗଣତାନ୍ତ୍ରିକ ପଦ୍ଧତି ରେ ନୂତନ କମିଟି ଗଠନ କରାଯାଇ ଥିଲା । ନୂତନ କମିଟିରେ ସଭାପତି ପ୍ରମୋଦ ନାଥ, ଉପ ସଭାପତି ମୋତିଲାଲ ସାହୁ, ଶ୍ରୀମତୀ ସକୃତା ସୁନା, ସଂପାଦକ ରବିଶଙ୍କର ପ୍ରଧାନ, ସହ ସଂପାଦକ କେଶବ ପ୍ରଧାନ, ଶ୍ରୀମତୀ ପଦ୍ମିନୀ ବାଗ, ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦ୍ରମଣି ସାହୁ, ଅଶୋକ ବେହେରା, ରାମଚନ୍ଦ୍ର ପ୍ରଧାନ ଓ ଜୟସିଂ ସାହୁ ରାଜ୍ୟ ପରିଷଦ ସଦସ୍ୟ ମାର୍ତଣ୍ଡଦେବ ସାହୁ, ରାମକୃଷ୍ଣ ବାରିକ ନିର୍ବାଚିତ ହୋଇଥିଲେ । ପ୍ରୀତିରଞ୍ଜନ ପ୍ରଧାନ ଶପଥ ପାଠ କରାଇଥିଲେ ଏବଂ ପରିଶେଷରେ ନବୀନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କେଆର୍‌ପି ହାଇସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.