pr

ଗଞ୍ଜାମ ସହରର ସ୍ୱାୟତ୍ତ ଶାସନ ଦିବସ ପାଳିତ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଞ୍ଜାମ ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଇଯାଇଛି । ପୂର୍ବାହ୍ନରେ କାର୍ଯ୍ୟାଳୟଠାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାଢୀଙ୍କ ଦ୍ୱାରା ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ ଓ ସାମୂହିକ ରାଷ୍ଟ୍ର ସଙ୍ଗୀତ ଗାନ ହୋଇ ଦେଶ ମାତୃକାର ସଙ୍ଗୀତରେ ପରିବେଶଟି ଉଦ୍ଭାଷିତ ହୋଇଥିଲା । ସକାଳେ ପ୍ରଭାତ ଫେରି ସହ ସ୍ୱଚ୍ଛତା ଉପରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଅପରାହ୍ନ ୪ ଘଣ୍ଟା ବେଳେ କାର୍ଯ୍ୟାଳୟ ପରିସରରେ ଆନୁଷ୍ଠାନିକ ସଭା ଓ କୃତୀ ଛାତ୍ରଛାତ୍ରୀଙ୍କୁ ଏବଂ କୃତ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ସହ ଉପଢୌକନ, ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ଓଡ଼ିଶା ବିଧାନସଭାର ପ୍ରାକ୍ତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଅପର୍ଣ୍ଣା ଡ଼ାଙ୍ଗୁଆ ପ୍ରମୁଖ ଯୋଗଦେଇ ସହରାଞ୍ଚଳ ସ୍ୱାୟତ୍ତ ଶାସନ ଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ପୌର ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାଢୀ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । କାଉନସିଲର ଅରୁଣ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରି କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇ କାର୍ଯ୍ୟକ୍ରମକୁ ଅଧିକା ସରଗରମ କରିଦେଇଥିଲା ।

nrusinghnath
Leave A Reply

Your email address will not be published.