jsm

ଦେଓଗାଁ ହାଇସ୍କୁଲରେ ଶକ୍ତି ସଂରକ୍ଷଣ ସଚେତନତା ଶିବିର

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ଚେତନାକୁଞ୍ଜରେ ଆଜି ଦିନ ୧୧ଟା ସମୟରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରତାପ ମିଶ୍ର ସଭାର ଉଦେଶ୍ୱ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ପରିଚାଳନା କମିଟିର ସଭ୍ୟ ତଥା ଅବସର ପ୍ରାପ୍ତ ଶିକ୍ଷକ ସାଧୁ ଚରଣ ସାହୁ ମୁଖ୍ୟ ଅତିଥି ଓ ଅବସର ପ୍ରାପ୍ତ ଶିକ୍ଷକ ବଳଦେବ ମାଝୀ, ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଦେଓଗାଁ ବ୍ଲକ ବିଜ୍ଞାନ ସଂଯୋଜକ ରାଜକିଶୋର ମିଶ୍ର ଯୋଗଦେଇ ଶକ୍ତି ସଂରକ୍ଷଣ ପାଇଁ କି କି ଉପାୟ ଅବଲମ୍ବନ କରାଯାଇପାରିବ ସେହି ବିଷୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପଞ୍ଚମନ ସାହୁ, ସୁନୀତା ମଲ୍ଲିକ, ହରିପ୍ରିୟା ଧରୁଆ, ମିନତୀ ସରଭଙ୍ଗ, ରଶ୍ମିତା ସା, ଦେବାଶିଷ ବିଷ୍ୱାଲ, ମନିରଣା ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷକ ରାଜକୁମାର ବେରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.