ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ବଲାଙ୍ଗିର ଶାଖାର ଦ୍ୱିବାର୍ଷିକ ଅଧିବେଶନ ସହ ବନ୍ଧୁ ମିଳନ ଅନୁଷ୍ଠିତ : ଅଧିବେଶନରେ ଯୋଗ ଦେଲେ ରାଜ୍ୟ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ସହ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ

  • ଦ୍ୱିବାର୍ଷିକ ଅଧିବେଶନରେ ସାମ୍ବାଦିକ ପରିବାରମାନଙ୍କ ପାଇଁ ସାମାଜିକ ନିରାପତ୍ତା ସୁରକ୍ଷା ନେଇ ୪ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କଲେ ରାଜ୍ୟ ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ସ୍ଥିତ ହୋଟେଲ ପାର୍କଲାଣ୍ଡର ସମ୍ମିଳନୀ କକ୍ଷରେ ଆୟୋଜିତ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ବଲାଙ୍ଗିର ଶାଖାର ‌ଦ୍ୱିବାର୍ଷିକ ସମ୍ମିଳନୀ ତଥା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ପର୍ୟ୍ୟାୟରେ ଆୟୋଜିତ ହୋଇଥିବା ଏହି ଅଧିବେଶନର ପ୍ରଥମ ପର୍ୟ୍ୟାୟରେ ବଲାଙ୍ଗିର ଜିଲ୍ଲାର ଓୟୁଜେ ଶାଖାର ସମସ୍ତ ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓୟୁଜେ ବଲାଙ୍ଗିର ଜିଲ୍ଲା ସଭାପତି ଦୀପକ ସମାଦାର, ସମ୍ପାଦକ ପ୍ରଦୀପ୍ତ ମିଶ୍ର (ବଦ୍ରି ମିଶ୍ର), ବରିଷ୍ଠ ସଦସ୍ୟ କୈଳାଶ ଚନ୍ଦ୍ର ସାହୁ, ବରିଷ୍ଠ ସଦସ୍ୟ ଶିବ ପ୍ରସାଦ ପରିଡା, ଉପସଭାପତି ଧନମତ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ରହିଥିବା ବେଳେ ଟିଟିଲାଗଡ଼ ଉପଖଣ୍ଡ ସମ୍ପାଦକ ସଞ୍ଜୟ ବେହେରା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ପୂର୍ବରୁ ମହାମାରୀ କରୋନା କଟକଣା ଯୋଗୁଁ ଓୟୁଜେର ସଦସ୍ୟ ମାନଙ୍କୁ ନେଇ ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ନିଷ୍ପତି ତଥା ଗୃହୀତ ହୋଇଥିବା ପ୍ରସ୍ତାବ ଉପରେ ଉପସ୍ଥିତ ସମସ୍ତ ସଦସ୍ୟ ସମ୍ପୂର୍ଣ ସହମତି ପ୍ରଦାନ କରିଥିଲେ । ପୂର୍ବର ପ୍ରସ୍ତାବ ଅନୁଯାୟୀ ପୁଣି ଆଗାମୀ ଦୁଇ ବର୍ଷ ପାଇଁ ୨୦୨୧ରୁ ୨୦୨୩ ବର୍ଷ ପାଇଁ ପୂର୍ବ ଜିଲ୍ଲା କର୍ମକର୍ତା ସଭାପତି ଭାବରେ ଦୀପକ ସ୍ୱାଦାର ଏବଂ ସମ୍ପାଦକ ଭାବରେ ପ୍ରଦୀପ୍ତ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା । ବିଗତ ବର୍ଷରେ ବଲାଙ୍ଗିର ଜିଲ୍ଲା ଓୟୁଜେ ଶାଖା ଅନେକ କାର୍ୟ୍ୟକ୍ରମ ଗୁଡ଼ିକ ହାତକୁ ନେଇଥିଲେ ମଧ୍ୟ ମହାମାରୀ କରୋନା କଟକଣା ଯୋଗୁଁ ସେ ସବୁ ସମ୍ଭବ ହୋଇ ପାରି ନଥିଲା । ଏହାକୁ ନେଇ ସଂଘର ସମସ୍ତ ସଦସ୍ୟ ପୁନର୍ବାର ପୂର୍ବ ଟିମ୍‌କୁ ଆଗାମୀ ଦୁଇ ବର୍ଷ ପାଇଁ ଆଉ ଥରେ ମନୋନୀତ କରିଥିଲେ । ଏହି ପ୍ରଥମ ଅଧିବେଶନରେ ସଂଘର ସଦସ୍ୟ ଅଭୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଦୃିତିୟ ପର୍ୟ୍ୟାୟରେ ଆୟୋଜିତ ହୋଇଥିବା ଅଧିବେଶନରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ସମ୍ପାଦକ ଅଶୋକ ନନ୍ଦ ଯୋଗ ଦେଇଥିଲେ । ନୃତନ ଭାବରେ ଆଗାମୀ ଦୁଇ ବର୍ଷ ପାଇଁ ମନୋନୀତ ହୋଇଥିବା ବଲାଙ୍ଗିର ଜିଲ୍ଲା ଓୟୁଜେ ସଭାପତି ଦୀପକ ସମାଦାର, ସମ୍ପାଦକ ପ୍ରଦୀପ୍ତ ମିଶ୍ର ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି ଅବସରରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ସାମ୍ବାଦିକଙ୍କ ପରିବାରକୁ ସାମାଜିକ ନିରାପତ୍ତା ସୁରକ୍ଷାରେ ୪ ଲକ୍ଷ ଟଙ୍କା ପରିବର୍ତେ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଯୋଗାଇ ଦେବା ନେଇ ଦାବୀ କରିଛନ୍ତି । ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟବୀମା ଦୁଇ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ସାମ୍ବାଦିକ ମାନଙ୍କୁ ମାସିକ ୧୦ ହଜାର ଟଙ୍କା ପେନସନ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିଛନ୍ତି । ଏପରିକି ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଟିଟିଲାଗଡ଼ର ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ତାଂକ ପରିବାର ପାଇଁ ରାଜ୍ୟ ଓୟୁଜେ ୧୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବା ସହ ଓୟୁଜେ ବଲାଙ୍ଗିର ଶାଖା ତରଫରୁ ମଧ୍ୟ ସ୍ବର୍ଗତ ପ୍ରକାଶ ମହାରଣାଙ୍କ ପରିବାର ପ୍ରତି ଆବଶ୍ୟକ ଦୃଷ୍ଟି ଦେଇ ସହଯୋଗ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ରାଜ୍ୟ ସାମ୍ବାଦିକ ମର୍ମାହତ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ବର୍ଗତ ମିଶ୍ରଙ୍କ ସ୍ମୃତିଚାରଣ ଅବସରରେ ରାଜ୍ୟ ଓୟୁଜେ ଭବନରେ ଏକ ପାଠାଗାର ଏବଂ ତାଂକ ନାମରେ ଏକ ସ୍ମାରକୀ ସମ୍ମାନ ପ୍ରତିବର୍ଷ ଦେବା ପାଇଁ ଯୋଜନା କରିଥିବା ବିଷୟରେ ସୂଚନା ଦେଇ ଥିଲେ । ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ ବଲାଙ୍ଗୀର ଜିଲ୍ଲାରେ ଓୟୁଜେ ଏକ ସ୍ୱତନ୍ତ୍ର ସ୍ଥାନ ନେଇ ଥିବାବେଳେ ନିର୍ବାଚନ ବଦଳରେ ସହମତି ପ୍ରଦାନ କରି କର୍ମକର୍ତା ମନୋନୀତ କରୁଥିବାରୁ ଏହା ସମଗ୍ର ରାଜ୍ୟରେ ଓୟୁଜେର ଏକ ବଡ଼ ଉପଲବ୍ଧି ଏବଂ ଭାଇଚାରାର ସମ୍ପର୍କକୁ ବେଶ ପ୍ରତିପାଦନ କରୁଛି ବୋଲି କହିବା ସହ ନୂତନ ଭାବରେ ମନୋନୀତ ହୋଇଥିବା ଜିଲ୍ଲା ସଭାପତି ଏବଂ ସମ୍ପାଦକଙ୍କୁ ସ୍ୱାଗତ ଜଣାଇଥିଲେ । ଦୃତିୟ ପର୍ୟ୍ୟାୟ ଅଧିବେଶନକୁ ଟିଟିଲାଗଡ଼ ସାମ୍ୱିଦକ ସ୍ୱାଗତ ଭାଷଣ ଦେବା ସହ ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ଉପସଭାପତି ଧନମତ ପାଣିଗ୍ରାହୀ ଧନ୍ୟବାଦ ଅର୍ପର୍ଣ କରିଥିଲେ । ଏହି ଅବସରରେ ବରିଷ୍ଠ ସଦସ୍ୟ ଶିବ ପ୍ରସାଦ ପରିଡା, ପ୍ରହଲ୍ଲାଦ ପାଢ଼ୀ, ରିତୁ ସିଂ, ସଦାଶିବ ସରାଫ, ଶରତ ମିଶ୍ର, ଭଗବାନ ମହାନ୍ତି, ନିମାଇ ବଘାର, ଦୁର୍ଗା ମହାକୁର, ରଶ୍ମି ରଞ୍ଜନ ପଟେଲ, ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ବଳରାମ ମିଶ୍ର, ବଂଶୀଧର ସେଠ, ହନି ସିଂ, ଦୟାନିଧି ସାହୁ, ଅଶୋକ ତ୍ରିପାଠୀ, ତରୁଣ ବେହେରା, ପ୍ରକାଶ ଗୋଏଲ, ମନୋଜ ଶତପଥୀ ପ୍ରମୁଖ ସହ ଅନେକ ସଦସ୍ୟ ଯୋଗ ଦେଇଥିଲେ । ପରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ରାଜ୍ୟ ସମ୍ପାଦକ ସହ ବଲାଙ୍ଗିର ଜିଲ୍ଲା ଶାଖା ସଭାପତି, ସମ୍ପାଦକ ପ୍ରମୁଖ ଶାରୀରିକ ସ୍ତରରେ ଅସୁସ୍ଥ ଥିବା ଓୟୁଜେର ବଲାଙ୍ଗୀର ଶାଖାର ବରିଷ୍ଠ ସଦସ୍ୟ ରାମକୁମାର ଅଗ୍ରୱାଲଙ୍କ ବାସଭବନକୁ ଯାଇ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.