ଜାତୀୟ କ୍ରୀଡା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ସଂଗୀତା ଗୌନ୍ତିଆ ପରିଚାଳନା କରିବା ସହ ପ୍ରସିଦ୍ଧ ହକି ତାରକା ମେ. ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରି କ୍ରୀଡା ହିଁ ଶରୀରକୁ ନିରୋଗ ରଖିବାର ଏକ ଉତ୍ତମ ମାଧ୍ୟମ ବୋଲି ଦର୍ଶାଇ ଥିଲେ । ଉପରୋକ୍ତ ସଭାରେ ଶ୍ରୀମତୀ କୁନ୍ତଳା ସାହୁ, ଡ. ଚନ୍ଦ୍ରିକା ଭୋଇ, ଶ୍ରୀମତୀ ଲୋପାମୁଦ୍ରା ନାୟକ, ଶ୍ରୀମତୀ ସରିତାରାଣୀ ପ୍ରଧାନ ଉପସ୍ଥିତ ଥିଲେ । ଦ୍ଵିତୀୟ ଦିବସର ପ୍ରାରମ୍ଭରେ ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଏବଂ ଛାତ୍ରୀବୃନ୍ଦ କ୍ରୀଡା ଉଦ୍ଦେଶ୍ୟରେ ଥିବା ଶପଥ ପାଠ କରିଥିଲେ । କ୍ରୀଡା ବିଭାଗର ପ୍ରମୁଖ ଡ. ଚନ୍ଦ୍ରିକା ଭୋଇଙ୍କ ତତ୍ଵାବଧାନରେ ବିଭିନ୍ନ ପ୍ରତିଯୋଗୀତାମାନ ଆୟୋଜିତ ହୋଇଥିଲା । ସୀମିତ କୁମାର ମହାନ୍ତି, ଫକିରମୋହନ ଭୋଇ, ରବି ଅମରୀ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ କ୍ରୀଡା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.