ମିଠାପାଲି – ନୂଆଗାଁ ରାସ୍ତା ମରାମତି ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲିରୁ ନୂଆଗାଁ ଯିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଗନ୍ଧମାର୍ଦ୍ଦନ ପର୍ବତମାଳା ପାଦଦେଶରେ ଥିବା ଏହି ରାସ୍ତାରେ ଶତାଧିକ ଲୋକ ଯାତାୟତ କରିଥାନ୍ତି । ମୁଖ୍ୟତଃ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ମନ୍ଦିରକୁ ଏହି ରାସ୍ତାରେ ଯିବାକୁ ହୁଏ । ପ୍ରତ୍ୟେକ ସୋମବାର ଶ୍ରଦ୍ଧାଳୁ ଭକ୍ତମାନେ ବହୁତ କଷ୍ଟରେ ଯାଇଥାନ୍ତି । ରାସ୍ତା ଉପରେ ଆଜି ସୁଦ୍ଧା କୌଣସି ମେଟାଲିଙ୍ଗ କାମ ହୋଇ ନାହିଁ । ଏଣୁ ମରାମତି ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.