csstore

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରିସର ତାଲିକା ଭୁକ୍ତ ଆଇନଜୀବୀ ମାନଙ୍କ ୨ ଦିନିଆ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ନ୍ୟାୟାଧୀଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ଼ଃ. ପବିତ୍ର ମୋହନ ସାମଲ ତତ୍ୱାବଧାନରେ ପ୍ରାଧିକରଣ ସଭାଗୃହ ଠାରେ ପ୍ରାଧିକରଣର ତାଲିକା ଭୁକ୍ତ ଆଇନିଜୀବୀ ମାନଙ୍କ ପାଇଁ ଏକ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏହି ତାଲିମ ଶିବିରରେ ଭିଜିଲାନ୍ସ କୋର୍ଟ ଜଜ୍‌ ମଳୟ ରଞ୍ଜନ ଦାସ, ଫ୍ୟାମିଲି କୋର୍ଟ ଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ୍‌ ହିମାଂଶୁ ଶେଖର ସିଂହ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ, ସିଭିଲ ଜଜ କୁନମୁନ ଆଚାର୍ଯ୍ୟ, ସିଭିଲ ଜଜ୍‌ ସୁମିତ କୁମାର ପାଣିଗ୍ରାହୀ, ବରିଷ୍ଠ ଓକିଲ ପ୍ରମୋଦ କୁମାର ମିଶ୍ର ଯୋଗଦେବା ସହ ପ୍ରାଧିକରଣ ତାଲିକା ଭୁକ୍ତ ଆଇନଜୀବୀ ମାନଙ୍କୁ ବିଭିନ୍ନ ଆଇନ ସମ୍ଭନ୍ଧରେ ପ୍ରଶିକ୍ଷଣ ଦେଇଥିଲେ ।

jayashree
Leave A Reply

Your email address will not be published.