ପଶ୍ଚିମ ଓଡ଼ିଶାକୁ କେନ୍ଦ୍ରର ନୂଆଁଖାଇ ଭେଟି : ବରଗଡ଼-ନୂଆପଡ଼ା ରେଳପଥକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁଯାଉଛି । ଖୁବ୍ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବରଗଡ଼ – ନୂଆପଡ଼ା ରେଳ ପ୍ରକଳ୍ପ । ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି ଯେ, ୧୩୮ କିଲୋମିଟରର ଏହି ରେଳପଥ ପାଇଁ ୨୯୨୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ଏହି ପ୍ରକଳ୍ପ କାର୍ଯ୍ୟରେ ୪୭ ହଜାର ଲୋକ ନିୟୋଜିତ ହେବେ । ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ି, ମହାପ୍ରଭୁ ନୃସିଂହନାଥଙ୍କ ପୀଠ ଓ ଓଡ଼ିଶାର ଭାତହାଣ୍ଡି ବରଗଡ଼କୁ ଏହି ରେଳପଥ ସଂଯୋଗ କରିବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଏହି ରେଳପଥ ପଶ୍ଚିମ ଓଡ଼ିଶାର ୩ ପିଢ଼ିର ଲୋକଙ୍କର ସ୍ୱପ୍ନ ଥିଲା । ଏବେ ଏହି ସ୍ୱପ୍ନ ପୂରଣ ହେବାକୁଯାଉଛି । ଏହା ପଶ୍ଚିମ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନୂଆଁଖାଇ ଭେଟି ବୋଲି ପ୍ରଦୀପ କହିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ରେଲମନ୍ତ୍ରୀଙ୍କୁ ଭେଟି ନଏ ସଂପର୍କିତ ଦାବିପତ୍ର ପ୍ରଦାନ କରିଥିଲେ । ପଶ୍ଚିଓ ଓଡ଼ିଶାର ଆର୍ଥିକ, ବ୍ୟାବସାୟିକ ତଥା ବାଣିଜ୍ୟିକ ବିକାଶ ପାଇଁ ଏହି ରେଳପଥ ଲାଇଫଲାଇନ୍ ସାବ୍ୟସ୍ତ ହେବ ବୋଲି ସେ ଦାବିପତ୍ରରେ ଦର୍ଶାଇଥିଲେ । ପଦ୍ମପୁର ଉପ ନିର୍ବାଚନ ତଥା ଗତ ସାଧାରଣ ନିର୍ବାଚନ ବେଳେ ଏହି ରେଳ ପ୍ରକଳ୍ପ ପାଇଁ ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.