csstore

ରୋତ କଲେଜରେ ‘ମାଁ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ ଠାରେ ଜାତୀୟ ସେବା ଯୋଜନା ତରଫରୁ ‘ମାଁ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୭ ଦିନ ଧରି ଅନୁଷ୍ଠିତ ଏହି ଶିବିରର ପ୍ରଥମ ଚରଣରେ ୨ଶହ ୭ଟି ବୃକ୍ଷରୋପଣ କରାଯାଇଥିଲା । ଶିବିରର ଉଦ୍‌ଯାପନୀ ସମାରୋହରେ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅଜିତ କୁମାର ଭୋଇ ମୁଖ୍ୟ ଅତିଥି, ଶ୍ରୀ ସତ୍ୟସାଇ ସେବା ସଂଗଠନର ରମେଶ ମହାକୁଡ ସମ୍ମାନିତ ଅତିଥି, ଲୋଇସିଂହା ରେଞ୍ଜର ପାଉଲ ହରପାଲ ମୁଖ୍ୟବକ୍ତା ଓ ବଲାଙ୍ଗିର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଲଳିତ କୁମାର ପାତ୍ର ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ବୃକ୍ଷର ମାହାତ୍ମ୍ୟ ଓ ଆବଶ୍ୟକତା ସଂପର୍କରେ ଉଦବୋଧନ ଦେଇଥିଲେ । ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କାର୍ଯ୍ୟକ୍ରମ ଅଧିକାରୀ ଦୈତାରୀ ଶବର ଶିବିର ପରିଚାଳନା କରିଥିଲେ । ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରଶ୍ମୀଲତା ମହାନନ୍ଦ, ଶାନ୍ତନୁ ପାଢୀ, ବୁଦ୍ଧଦେବ ପଣ୍ଡା, ଡକ୍ଟର ଭୂରିଶ୍ରବା ମାଝୀ, ଡକ୍ଟର ହିମାଂଶୁ ଶେଖର ମହନ୍ତ, ଗୋପାଳ ସାହୁ, ସୋମନାଥ ପଧାନ, ନୀଳାମ୍ବର ବାରିକ, ଶିବାନନ୍ଦ ସାହୁ, ରୂପେଶ ଷାଣ୍ଢ, ମାନସ କୁମାର, ବ୍ରିଜେଶ ବାସ୍ତବ ଭୋଇଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।

jayashree
Leave A Reply

Your email address will not be published.