ନୀଳଗିରି ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ : ବନକର୍ମଚାରୀଙ୍କୁ ଅଟକ

ନୀଳଗିରି : ନୀଳଗିରି ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ । ପ୍ରତି ଦିନ ହାତୀ କେଉଁଠି ନା କେଉଁଠି ତାଣ୍ଡବ ରଚୁଥୁବା ବେଳେ ଆଜି ଔପଦା ବ୍ଲକ ଢୋଲପୁର ଗ୍ରାମରେ ବହୁ କ୍ଷୟକ୍ଷତି କରିଥିବାର ଦେଖିବାକୁ ମିଳିଛି । ନିକଟ ଜଙ୍ଗଲରୁ ଭୋର ସମୟରେ ହାତୀ ଗାଁ ମୁହାଁ ହେବା ସହ ସକାଳୁ ଗ୍ରାମର ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିଥିଲେ । ସେହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଘର ଭାଙ୍ଗିବା ସହ ଅନେକ ଚାଷ ମଧ୍ୟ ନଷ୍ଟ କରିଛନ୍ତି । ହାତୀକୁ ଜଙ୍ଗଲକୁ ଘଉଡାଇବାକୁ ବନବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ବନକର୍ମଚାରୀଙ୍କୁ ୨ ଘଣ୍ଟା ହେବ ଗ୍ରାମରେ ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ରେଞ୍ଜର ଓ ନୀଳଗିରି ପୋଲିସ ଭାଙ୍ଗିଯାଇଥିବା ଲୋକଙ୍କ ଘର ପରିଦର୍ଶନ କରିବା ସହ ସ୍ଥାୟୀ ସମାଧାନ କରିବା ପାଇଁ ଚାଲିଛି ସମସ୍ତ ପ୍ରଚେଷ୍ଟା ବୋଲି ସୂଚନା ମିଳିଛି । ଯଦି କୌଣସି ସମାଧାନ ନହୁଏ, ବନକର୍ମଚାରୀଙ୍କୁ ଛଡାଯିବନି ବୋଲି ଗ୍ରାମବାସୀ ଚେତାବନୀ ଦେବା ସହ ତାଙ୍କ କ୍ଷତିପୂରଣ ଦିଆଯାଉ, ନଚେତ ଭାଙ୍ଗିଥିବା ଘରକୁ ସଜଡାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.