ଟିଟିଲାଗଡ଼ରେ ଧୁମ୍‌ଧାମ୍‌ରେ ପାଳନ ହେଲା ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଟିଟିଲାଗଡ଼ ସହର ଚଳଚଞ୍ଚଳ ହୋଇ ଉଠିଥିଲା । ଟିଟିଲାଗଡ଼ ସହରର ଠିକାଦାର ପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିର, ରଘୁନାଥ ପଡ଼ା ରାଧାକୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ବହୁତ ସୁନ୍ଦର ଆୟୋଜନ କରାଯାଇଥିଲା । ଠିକାଦାରପଡ଼ା ରାଧାକୃଷ୍ଣ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଅତି ସୁନ୍ଦର ସାଜସଜ୍ଜା କରାଯାଇଥିଲା । ଭକ୍ତମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସେହିପରି ରଘୁନାଥପଡ଼ା ରାଧାକୃଷ୍ଣ ମନ୍ଦିରରେ ଅତି ସୁନ୍ଦର ସାଜସଜ୍ଜା, ଲାଇଟ ଡେକୋରେସନୟ ସାଙ୍ଗକୁ ମନ୍ଦିର ସାମ୍ନାରେ କାଶୀ ବିଶ୍ଵନାଥଙ୍କ ଧାମରୁ ୩ଜଣ ପଣ୍ଡିତଙ୍କୁ ଡ଼ାକି ଆରତୀ ଓ ଭଜନ ସଂଧ୍ୟା ମୂଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ସେହିପରି ଟିଟିଲାଗଡ଼ ଜଗନ୍ନାଥ ମନ୍ଦିରରେ ମଧ୍ୟ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା । ଭକ୍ତମାନେ ଆସି ଶ୍ରୀକୃଷ୍ଣଙ୍କୁ ଦୋଳିରେ ଝୁଲାଉ ଥିବାର ଦେଖିବାକୁ ମିଳିଥିଲା । ଅଗ୍ରସେନ ଛକରେ ମଧ୍ୟ ଜନ୍ମାଷ୍ଟମୀ ଉପଲକ୍ଷେ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା । ସେଥିରେ ବହୁତ କୃଷ୍ଣ ଭକ୍ତ କୃଷ୍ଣଙ୍କ ଭଜନରେ ନାଚୁ ଥିବାର ଦେଖିବାକୁ ମିଳିଥିଲା । ଏହି ଅବସରରେ ସମସ୍ତ ମନ୍ଦିରକୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସହାୟକ ଜିଲ୍ଲାପାଳ ସନ୍ଦିପ ଚନ୍ଦ୍ରକାର ବୁଲି ବୁଲି ଦର୍ଶନ କରିବା ସହ ଭଜନ ଶୁଣିଥିଲେ । ଦେଖିବାକୁ ଗଲେ ଦିନ ତମାମ କୃଷ୍ଣମୟ ହୋଇଯାଇଥିଲା ଟିଟିଲାଗଡ଼ ସହର ।

Leave A Reply

Your email address will not be published.