ଆମ ଭାଷା ସାହିତ୍ୟ ଆମ ପିଲାଙ୍କ ରକ୍ଷା କବଚ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାଷା ବଞ୍ଚିଲେ ଆମ ସାହିତ୍ୟ ବଞ୍ଚିବ, ସାହିତ୍ୟ ବଞ୍ଚିଲେ ଆମ ସଂସ୍କୃତି ସମୃଦ୍ଧ ହେବ, ସଂସ୍କୃତି ରୁଦ୍ଧିମନ୍ତ ହେଲେ ଆମ ପିଲାଙ୍କ ରକ୍ଷା କବଚ ବନିବା । ଏହା ଥିଲା ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଆୟୋଜିତ ରାଉରକେଲା ସାହିତ୍ୟ ସଂସଦର ଶିଶୁ ମହୋତ୍ସବ ଓ ସାରସ୍ୱତ ସମାରୋହରେ ମୁଖ୍ୟବକ୍ତା ଶେଖ୍ ଅବଦୁଲ୍ ଖାଲିକଙ୍କ ଅଭିଭାଷଣ, ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱ ଓ ସୁଶାନ୍ତ କୁମାର ନାୟକଙ୍କ ମଞ୍ଚଞ୍ଚ ପରିଚାଳନାରେ ସେ ଆହୁରି ମଧ୍ୟ ଅନେକ ମହାଭାରତ ରାମାୟଣରୁ ଆରମ୍ଭ କରି କବି ଯଦୁମଣି, ସାଲବେଗ, ଅବଦୁଲ୍ କାଲାମଙ୍କର ଜୀବନରେ ଘଟିଥିବା ଶିକ୍ଷଣୀୟ ଘଟଣାବଳି ଅବତାରଣା କରିଥିଲେ । ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶ୍ରମିକ ନେତା ପ୍ରଶାନ୍ତ କୁମାର ବେହେରା ଯୋଗଦାନ କରି ସଂସଦ ହାତକୁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଭାଷା ସାହିତ୍ୟର ବିକାଶ ପାଇଁ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ଅନ୍ୟତମ ବରେଣ୍ୟ ଅତିଥି ଡଃ.ଗୀତାଞ୍ଜଳି ପତ୍ରୀ ତାଙ୍କର ଭାଷା ସାହିତ୍ୟକୁ ନେଇ ଦୀର୍ଘଦିନର ଅଭିଗ୍ୟତା ପିଲାମାନଙ୍କୁ ବର୍ଣ୍ଣନା କରିଥିଲେ । ସଂସଦର କାର୍ଯ୍ୟକାରୀ ସଭାପତି ସ୍ୱାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ, ସଂସଦର ସଂପାଦିକା ଶ୍ରୀମତୀ ନିରୁପମା ପତି ସମ୍ପାଦକୀୟ ବିବରଣୀ ପାଠ କରିବା ସହ ସଂସଦ ଗ୍ରହଣ କରିଥିବା ଆଗାମୀ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟବକ୍ତାଙ୍କୁ ରାଉରକେଲା ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା ବେଳେ ବିଭିନ୍ନ ସ୍କୁଲରେ କରାଯାଇଥିବ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ୧୫ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥିଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା, ଉପସଭାପତି ରମେଶ ଚନ୍ଦ୍ର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତିୟ ପର୍ଯ୍ୟୟରେ ନିରଞ୍ଜନ କରଣ ସମ୍ମାନୀତ ଅତିଥି ଓ ରଶ୍ମିବାଳା ରାଉତରାୟଙ୍କ ସଭାପତିସତ୍ୱରେ କବିତା ଆସର ଅନୁଷ୍ଠିତ ହୋଇଥିଲା, କବି ବସନ୍ତ ବିଶ୍ୱକର୍ମା, କବି ଗୀତାରାଣୀ ବେହେରା, କବି ନିରୁପମା ନାୟକଙ୍କ ସଂଯୋଜନାରେ କାଶୀନାଥ ନନ୍ଦୀ, ସଂଜିବ୍ ଭୋଇ, ପଞାନନ ସାହୁ, ସୁସ୍ମିତା ପ୍ରଧାନ, ବିକ୍ରମ ଆଚାର୍ଯ୍ୟ, ଅଶୋକ ପଟ୍ଟନାୟକ, ସୁଶାନ୍ତ ସିଂ, ଡଃ.ଗୀତାଞ୍ଜଳି ପତ୍ରୀ, ତପସ୍ୱୀନୀ ପତି, ନୁଜହତ୍ ତରନ୍ନୁମ୍ , ନିକୁଞ୍ଜ ବିହାରି, ଆର୍ତ୍ତତ୍ରାଣ ମହାପାତ୍ର ଆଦି ୩୨ଜଣ କବି କବିତା ପାଠ କରିଥିଲେ, ଏହି ଅବସରରେ ସହରର ଅନେକ ବୁଦ୍ଧିଜୀବୀ ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗଦାନ କରି ସଂସଦର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଭୂପେନ ମହାପାତ୍ର, ସୁକାନ୍ତ ଖୁଣ୍ଟିଆ, ଅକ୍ଷୟ ସାମଲ, ଶିବ ସୁନ୍ଦର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଜୟ ବରାଳ, ବ୍ରଜ କିଶୋର ପାଣି, ସୂର୍ଯ୍ୟ ନାରାୟଣ ପଣ୍ଡା, ଚନ୍ଦ୍ରଭାନୁ ଦାସ, ବିମ୍ବାଧର ପାଢୀ, ନିକୁଞ୍ଜ ବିଶ୍ୱାଳ, ସୁରେନ୍ଦ୍ର ମୁଦୁଲି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଶେଷରେ ସୌମ୍ୟ ପ୍ରସାଦ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.