ରାଉରକେଲା ଅର୍ବାନ କୋ-ଅପ୍‌ରେଟିଭ୍‌ ବ୍ୟାଙ୍କର ନେଟ୍ ପ୍ରଫିଟ୍ ୭୪.୮୯ ଲକ୍ଷ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ୍ ପ୍ରତିବର୍ଷ ଭଳି ଏ ବର୍ଷ ବ୍ୟାଙ୍କର ଫାଇନାନ୍ସିଆଲ ପାରାମିଟର ବା ଆର୍ଥିକ ବିବରଣୀ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛି । ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ, ଗତ ୨୦୨୩ – ୨୪ ଆର୍ଥିକ ବର୍ଷରେ ବ୍ୟାଙ୍କ ନେଟ୍ ପ୍ରଫିଟ୍ ୭୪.୮୯ ଲକ୍ଷ କରିବାରେ ସକ୍ଷମ ହୋଇଛି । ବିଗତ ୨୦୨୦ ଆର୍ଥିକ ବର୍ଷ ଠାରୁ ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କର ଫାଇନାନ୍ସିଆଲ୍‌ ପାରାମିଟର୍‌ ସେ ଉପସ୍ଥାପନା କରିଥିଲେ । ଗତ ମାର୍ଚ୍ଚ ୩୧ ତାରିଖ ୨୦୨୦ ପର୍ଯ୍ୟନ୍ତ ବ୍ୟାଙ୍କର ସେୟାର ୬୬୯.୨୫ଲକ୍ଷ ଥିଲା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୭୨୭.୮୧ ଲକ୍ଷରେ ପହଞ୍ଚିଛି । ବ୍ୟାଙ୍କର ସଦସ୍ୟ ସଂଖ୍ୟା ୨୦୨୦ରେ ୨୧ହଜାର ୨୩୨ ଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ ହୋଇ ୨୧ ହଜାର ୨୦୭ରେ ପହଞ୍ଚିଛି ।୨୦୨୦ରେ ଡିପୋଜିଟ୍ ୧୩୧୭୬. ୪୪ ଲକ୍ଷ ଥିଲାବେଳେ ୨୦୨୩-୨୪ ଲକ୍ଷରେ ପହଞ୍ଚିଛି । ସେହିପରି ଲୋନ୍ ଓ ଆଡଭାନ୍ସ ୧୦୨୯୨.୦୭ ଲକ୍ଷ ଥିଲା ବେଳେ ୨୦୨୩-୨୪ ବର୍ଷରେ ଏହା ୧୧୩୨୯.୩୩ ଲକ୍ଷରେ ପହଞ୍ଚିଛି । ବ୍ୟାଙ୍କର ଇନଭେଷ୍ଟମେଣ୍ଟ ୨୦୨୦ରେ ୪୮୧୫.୪୬ଲକ୍ଷ ଥିଲାବେଳେ ୨୦୨୩-୨୪ ବର୍ଷରେ ଏହା ୬୨୭୮.୭୪ ଲକ୍ଷରେ ପହଞ୍ଚିଛି । ୨୦୨୦ ବର୍ଷରେ ୱାର୍କିଂ କ୍ୟାପିଟାଲ୍‌ ୧୭୩୬୫.୬୮ ଲକ୍ଷ ଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୧୩୯୨.୯୩ ଲକ୍ଷରେ ପହଞ୍ଚିଛି । ବ୍ୟାଙ୍କର ଲାଭ-କ୍ଷତି ୨୦୨୦ ବର୍ଷରେ ୪୬.୫୫ଲକ୍ଷ ଥିଲାବେଳେ ୨୦୨୩-୨୪ ବର୍ଷରେ ଏହା ୧୯୭.୯୪ଲକ୍ଷ ହୋଇଛି । ୨୦୨୦ ବର୍ଷର ନେଟ୍ ପ୍ରଫିଟ୍ (ଟ୍ୟାକ୍ସ ପୈଠ ପରେ) ୦.୫୧ଲକ୍ଷ ଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଟ୍ୟାକ୍ସ ପୈଠ ପରେ ନେଟ୍ ପ୍ରଫିଟ୍ ୭୪.୮୯ ଲକ୍ଷ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବ୍ୟାଙ୍କର ୨୦୨୦ରେ ଗ୍ରସ୍ ଏନ୍‌ପିଏ ୧୩.୦୬ ପ୍ରତିଶତ ଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୧୮.୪୩ ପ୍ରତିଶତରେ ପହଞ୍ଚିଛି । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ରଙ୍କ ସମେତ ଉପସଭାପତି ସ୍ମିତା ନାୟକ, ନିର୍ଦ୍ଦେଶକଙ୍କ ମଧ୍ୟରେ କୃଷ୍ଣ ପଟ୍ଟନାୟକ, ରବିନ୍ଦ୍ରନାଥ ପଣ୍ଡା, ସକ୍ତେଶ୍ୱର ପାତ୍ର, ଚୌଧୁରୀ ବିଜୟ କୁମାର ପଟ୍ଟନାୟକ, ସମର ପ୍ରୀୟ ତନ୍ତୀ, ବିଜୟ କୁମାର ପ୍ରଧାନ, ଶଙ୍କର ଜେନା, ଅକ୍ଷୟ କୁମାର ରାଉତ, ଅନନ୍ତ କୁମାର ଜେନା, ଶ୍ରୀମତୀ ସନ୍ଧ୍ୟାରାଣୀ ରାଉତ, ଶ୍ରୀମତୀ ପୂର୍ଣ୍ଣିମା କେର୍କେଟା, ରବୀନ୍ଦ୍ର କୁମାର ପ୍ରଧାନ, ସୁଜିତ୍ ଦାସ, ଚାଟାର୍ଡ ଏକାଉଣ୍ଟାଟ୍ ରାଜେଶ ପଟ୍ଟନାୟକ, ଚାଟାର୍ଡ ଏକାଉଣ୍ଟାଟ ସାନ୍ତନୁ କୁମାର ନାୟକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!