ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ତାଲିମ ଶିବିର ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଠାରେ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଡିଗ୍ରୀ କଲେଜର ଅଧ୍ୟକ୍ଷ ଅବନୀ କୁମାର ଖମାରିଙ୍କ ସଭାପତିତ୍ୱରେ ୩ ଦିନ ବ୍ୟାପୀ ହେବାକୁ ଥିବା ଜାତୀୟ ସେବା ଯୋଜନାର ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ଶିବିର ଶୁଭାରମ୍ଭ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ଭାବରେ ମା’ ମାଣିକେଶ୍ୱରୀ ୟୁନିଭର୍‌ସିଟିର ବାଣିଜ୍ୟ ବିଭାଗ ଅଧ୍ୟାପକ ଚିତ୍ତରଞ୍ଜନ ଖୁଣ୍ଟିଆ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭବାରେ ଉକ୍ତ ୟୁନିଭରର୍ସିଟିର ଭୂଗୋଳ ବିଭାଗ ଅଧ୍ୟାପକ ଜୟନ୍ତ ଦଣ୍ଡସେନା ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବରେ ଡିଷ୍ଟ୍ରିକ ପ୍ରୋଗ୍ରାମ ଅଫିସର ପ୍ରଣତି ପଣ୍ଡା, ଅଧ୍ୟାପକ କିଶୋର କୁମାର କର୍ଣ୍ଣ ପ୍ରମୁଖ ମଞ୍ଚାସୀନ ରହିଥିଲେ । ପ୍ରଥମେ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଦେବ ପୂଜନ କରାଯାଇ ପରେ ପରେ ମନିକା ଓ ଗ୍ରୁପ ଦ୍ଵାରା ଜାତୀୟ ସେବା ସଙ୍ଗୀତ ଗାନ କରାଯାଇଥିଲା । କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ କଲେଜର ୧୦୦ରୁ ଅଧିକ ଛାତ୍ରଛାତ୍ରୀମାନେ ଉକ୍ତ ଜାତୀୟ ସେବା ଶିବିରରେ ଉପସ୍ଥିତ ଥିଲେ । ସନ୍ତୋଷ କୁମାର ମୁଣ୍ଡ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ କିଶୋର କୁମାର କର୍ଣ୍ଣ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କୁମାରୀ କେତକୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!