ନୀତୀଶ କୁମାର ଇସାରାରେ ବିଜେପି ଉପରେ ଆକ୍ରମଣ କଲେ : କହିଲେ, କିଏ ବନ୍ଧୁ ଏବଂ କିଏ ଶତ୍ରୁ ଜଣା ପଡ଼ିଲାନି

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଜନତା ଦଳ ୟୁନାଇଟେଡ (ଜେଡିୟୁ) ରାଜ୍ୟ କାର୍ୟ୍ୟନିର୍ବାହୀ ବୈଠକରେ ଏକ ବଡ଼ ଖୁଲାସା କରିଛନ୍ତି । ୨ ଦିନିଆ ରାଜ୍ୟ କାର୍ୟ୍ୟକାରିଣୀର ପ୍ରଥମ ଦିନରେ ବୈଠକକୁ ସମ୍ବୋଧିତ କରି ନୀତୀଶ କୁମାର କହିଛନ୍ତି ଯେ ନିର୍ବାଚନ ସମୟରେ ଜଣା ପଡ଼ିଲାନି, ବନ୍ଧୁ କିଏ ଏବଂ ଶତ୍ରୁ କିଏ ?

ରାଜନୈତିକ କରିଡରରେ କଳ୍ପନାଜଳ୍ପନା ରହିଛି ଯେ, ନୀତୀଶ କୁମାରଙ୍କ ସହଯୋଗୀ ବିଜେପିକୁ ଏହା କୁହାଯାଇଛି । କାରଣ ଏହି ନିର୍ବାଚନରେ ​​​ହାରିଥିବା ଅନେକ ଜେଡିୟୁ ପ୍ରାର୍ଥୀ କହିଛନ୍ତି, ସେମାନଙ୍କର ପରାଜୟର କାରଣ ଲୋକ ଜନଶକ୍‌କ୍ତି ପାର୍ଟି ନୁହେଁ, ବରଂ ବିଜେପି ।

ସୂଚନାନୁସାରେ, ନିର୍ବାଚନରେ ​​ପରାଜୟ ପାଇଁ ବିଜେପିର ଭୂମିକା ଉପରେ ପ୍ରଶ୍ନ ଉଠାଇଥିବା ଜେଡିୟୁ ନେତାମାନେ ହେଲେ ଚନ୍ଦ୍ରିକା ରାୟ, ବୋଗୋ ସିଂ, ଜୟ କୁମାର ସିଂ, ଲାଲାନ୍ ପାସୱାନ୍, ଅରୁଣ ମାଂଝୀ ଏବଂ ଆସାମ ପରଭେନ । ଏହି ନେତାମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ବାଚନରେ ​​ସେମାନଙ୍କର ପରାଜୟର କାରଣ ଲୋକ ଜନଶକ୍‌କ୍ତିତ ପାର୍ଟି ଯୋଗୁଁ ନୁହେଁ । ବିଜେପି ପାଇଁ ​​ସେମାନଙ୍କ ପରାଜୟ ହୋଇଛି ।

Leave A Reply

Your email address will not be published.