ଏକ ତରଫା ପ୍ରେମରୁ ପେଟ୍ରୋଲ ପମ୍ପ ମହିଳା କର୍ମଚାରୀଙ୍କୁ ଆକ୍ରମଣ : ଅଭିଯୁକ୍ତ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏକ ତରଫା ପ୍ରେମରୁ ପ୍ରେମିକାକୁ ଆକ୍ରମଣ । ପେଚ୍‌କସ୍‌ରେ ପ୍ରେମିକାକୁ ରକ୍ତାକ୍ତ କଲା ପ୍ରେମିକ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଂଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ମତେ, ସୋନପୁର ଜିଲ୍ଲା ରାଣୀସର୍ଡା ଗ୍ରାମର ଜଣେ ଯୁବତୀ ଲୋଇସିଂହା ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ପାଖରେ ଥିବା ଭାରତ ପେଟ୍ରୋଲ ପମ୍ପରେ କାମ କରନ୍ତି । ସୋନପୁର ଜିଲ୍ଲା ପୁଆ ଗ୍ରାମର ମହେନ୍ଦ୍ର ବାଗ ଆଜି ପେଟ୍ରୋଲ ପମ୍ପକୁ ଆସି ହଠାତ ପେଚ୍‌କସ୍‌ରେ ସଂପୃକ୍ତ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ଯୁବତୀ ଜଣକ ଗୁରୁତର ଆହତ ହେବା ସହିତ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପେଟ୍ରୋଲ ପମ୍ପର ଅନ୍ୟ କର୍ମଚାରୀ ମାନେ ଦଉଡି ଆସିବାରୁ ବାଇକ ଛାଡି ଫେରାର୍‌ ମାରିଥିଲା ମହେନ୍ଦ୍ର । ଆହତ ଯୁବତୀଙ୍କୁ ଲୋଇସିଂହା ହସ୍‌ପିଟାଲରେ ଚିକିତ୍ସା କରାଯାଇଥିବା ବେଳେ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ଲୋଇସିଂହା ଥାନାରେ ଯୁବତୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ମହେନ୍ଦ୍ର ଯୁବତୀଙ୍କ ଗାଁରେ ମାମୁଁ ଘରେ ରହି ପାଠ ପଢୁଥିଲେ । ସେହି ସମୟରୁ ଯୁବତୀଙ୍କୁ ସେ ଏକ ତରଫା ପ୍ରେମ କରିବା ସହିତ ଗତ ବର୍ଷ ମଧ୍ୟ ଯୁବତୀଙ୍କୁ ଦୁର୍ବ୍ୟବହାର କରି ଜେଲ ଯାଇଥିଲେ । ଏଥର ପୁଣି ଥରେ ଏକ ତରଫା ପ୍ରେମ ନିବେଦନ କରି ବିଫଳ ହେବାରୁ ପ୍ରେମିକାକୁ ଆକ୍ରମଣ କରିଥିଲା ମହେନ୍ଦ୍ର ।

Leave A Reply

Your email address will not be published.