ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍ ଠାରେ ୟୁକ୍ରେନ୍‌ର ରାଷ୍ଟ୍ରପତି ମହାମହିମ ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି । ମେରିନସ୍କି ପ୍ୟାଲେସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ଦିଗ ଉପରେ ଆଲୋଚନା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ । ବୈଠକ ପରେ ଏକ ମିଳିତ ବିବୃତି ପ୍ରକାଶ ପାଇଛି । ଦୁଇ ନେତାଙ୍କ ମଧ୍ୟରେ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସେଗୁଡ଼ିକ ହେଲା (୧) କୃଷି ଓ ଖାଦ୍ୟ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ରାଜିନାମା, (୨) ମେଡିକାଲ ଉତ୍ପାଦ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର, (୩) ଉଚ୍ଚ ପ୍ରଭାବଶାଳୀ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ଭାରତୀୟ ମାନବିକ ଅନୁଦାନ ସହାୟତା ଉପରେ ବୁଝାମଣାପତ୍ର, ଏବଂ (୪) ୨୦୨୪-୨୦୨୮ ପାଇଁ ସାଂସ୍କୃତିକ ସହଯୋଗ କାର୍ଯ୍ୟକ୍ରମ ।

Leave A Reply

Your email address will not be published.