ଟ୍ରେନ ଆଗକୁ ଆସି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ଟିଟିଲାଗଡ : ଟ୍ରେନ ଆଗକୁ ଆସି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ଘଟଣାସ୍ଥଳରେ ନାବାଳିକା ପ୍ରେମିକାର ମୁତ୍ୟୁ ହୋଇଥିବା ବେଳେ ପ୍ରେମିକ ଜଣକ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରେମିକର ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବାର ଜଣାପଡିଛି । ଗୁରୁତର ଯୁବକ ଜଣକୁ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗାଁର ଘନଶ୍ୟାମ ବାଗ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗାଁର ଘନଶ୍ୟାମ ବାଗ ଜଣେ ନାବାଳିକାକୁ ପ୍ରେମ କରୁଥିଲେ । ପ୍ରେମ ବିବାହକୁ ସ୍ୱୀକୃତି ନ ମିଳିବାରୁ ଉଭୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଟିଟିଲାଗଡ଼ରୁ କେସିଙ୍ଗା ଯାଇଥିବା ଟ୍ରେନ ଲାଇନ ଲୁଥୁରବନ୍ଧ ନିକଟ ତେଲ ନଦୀ ରେଲୱେ ବ୍ରିଜ ଉପରେ ଥିବା ୨୧୪ ନଂ ଖୁଣ୍ଟ ନିକଟରେ ଉଭୟ ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ପଡିଥିଲେ । ଟ୍ରେନ ସମ୍ମୁଖରେ ପଡିଯିବାରୁ ଘଟଣାସ୍ଥଳରେ ହିଁ ନାବାଳିକାଙ୍କ ମୁତ୍ୟୁ ହୋଇଥିବା ବେଳେ ଘନଶ୍ୟାମ ଟ୍ରେନ ଧକ୍କାରେ ଛିଟିକି ପଡି ରେଲୱେ ଟ୍ରାକ ପାଖରେ ଗୁରତର ଅବସ୍ଥାରେ ପଡିଥିଲେ । ମାଲବାହୀ ଟ୍ରେନର ଡ୍ରାଇଭର ଗାଡି ଅଟକାଇ ଗୁରୁତର ଯୁବକଙ୍କୁ ମାଲବାହୀ ଟ୍ରେନରେ ଟିଟିଲାଗଡ଼ ଷ୍ଟେସନକୁ ଆଣି ରେଲବାଇ ପୋଲିସକୁ ହସ୍ତାନ୍ତର କରିଥିଲେ । ଘନଶ୍ୟାମଙ୍କୁ ତୁରନ୍ତ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣାଯାଇଥିବାର ଜଣାପଡିଛି । ରେଲବାଇ ପୋଲିସ ଏହାର ଅଧିକ ତଦନ୍ତ ଜାରିରଖିଛି ।

Leave A Reply

Your email address will not be published.