ଜାତୀୟ ମହାକାଶ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ଶିକ୍ଷକ ପ୍ରମୋଦ ନାଥ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ସମ୍ମୁଖରେ ଚନ୍ଦ୍ରାୟନ – ୩ର ଉତକ୍ଷେପଣ ଓ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା । ଏହାପରେ ଚନ୍ଦ୍ରାୟନ ସମ୍ପର୍କିତ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଶିକ୍ଷକ ଅକ୍ଷୟ କୁମାର ବେହେରା, ଲେଖରୁ ବାରିକ, ଚନ୍ଦ୍ରଭାନୁ ବଡଗୁଛିଆ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟରେ ସୁରେଶ ପଟେଲ ସହଯୋଗ କରିଥିଲେ ।

Leave A Reply

Your email address will not be published.