csstore

ମ.ରାମପୁର ଅଞ୍ଚଳରେ ନବାନ୍ନ ତିଥି ନିର୍ଦ୍ଧାରଣ

କଳାହାଣ୍ଡି, (ପି.କେ. ସାହୁ) : ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନବାନ୍ନ । ଏହି ନବାନ୍ନଟି ପଞ୍ଚମୀ ତିଥିରେ ପ୍ରାୟ ଅଞ୍ଚଳରେ ହେଉଥିବା ବେଳେ ମ.ରାମପୁର ଅଞ୍ଚଳରେ ଚଳିତ ବର୍ଷ ପାଇଁ ନବାନ୍ନ ତିଥି ନିର୍ଦ୍ଧାରଣ ହୋଇଛି । ମ.ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ ପରିବାରର ପୂଜକ ଅଶୋକ ପଣ୍ଡା ଏବଂ ପଣ୍ଡିତ ମାନଙ୍କ ମଧ୍ୟରେ ତ୍ରିଲୋଚନ ଦାଶ, ଯୁଗଳ କିଶୋର ପ୍ରହରାଜ, ଶିବ ପ୍ରସାଦ ଶତପଥୀ, ସନ୍ତୋଷ ନନ୍ଦ ଉପସ୍ଥିତ ରହି ନବାନ୍ନ ତିଥି ନିର୍ଦ୍ଧାରଣ କରାଯାଇଥିଲା । ନିର୍ଦ୍ଧାରିତ ତିଥି ଭାଦ୍ରବ ମାସ ଶୁକ୍ଲପକ୍ଷ ଦଶମୀ ତିଥି (ତା :୧୩.୦୯.୨୦୨୪, ଶୁକ୍ରବାର) ଦିବା ୧୧.୩୭ ରୁ ୧୨.୫୫ ମଧ୍ୟେ ନବାନ୍ନ ଲାଗି ହେବାର ଯୋଗ ରହିଅଛି । ତେବେ ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ କ୍ରମଶଃ ଚଳଚଞ୍ଚଳ ହେବାରେ ଲାଗିଛି ପଶ୍ଚିମ ଓଡ଼ିଶା ।

jayashree
Leave A Reply

Your email address will not be published.