ଜେଲ ଭିତରେ ଗେଙ୍ଗ୍‌ୱାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଲରେ ଗେଙ୍ଗ ୱାର ଘଟଣାରେ କୁଖ୍ୟାତ ଅପରାଧୀ ବବ୍‌ଲୁ ମହାନନ୍ଦକୁ ଆକ୍ରମଣ କରିଛନ୍ତି । ୨ଜଣ କଏଦୀ ଛୋଟୁ ଖାଁ ଓ ବିଶାଲ୍ ସୁନା । ଦୀର୍ଘ ଦିନ ହେଲା ବବ୍‌ଲୁ ମହାନନ୍ଦ ସହ ଛୋଟୁ ଓ ବିଶାଲଙ୍କ ଝଗଡା ଲାଗିରହିଥିବା ବେଳେ ପୁଣି ଗତ ଶୁକ୍ରବାର ଦିନ ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡା ଓ ମାରପିଟ୍‌ ହୋଇଥିଲା । ସକାଳ ୯ଟା ସମୟରେ ସମସ୍ତଙ୍କୁ ବାହାରକୁ ଛଡ଼ାଯିବା ବେଳେ ଏଭଳି ଘଟଣା ଘଟିଥିବା ଜେଲର କହିଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କୁ ଅଲଗା ଅଲଗା ସେଲରେ ରଖା ଯିବା ସହ କଡା ନଜର ରଖାଯାଉଥିବା ଜେଲର ସର୍ବେଶ୍ଵର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.