ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଗତକାଲି ଢୋଲମାନ୍ଦଲ ଗ୍ରାମପଞ୍ଚାୟତ କାର୍ଯ୍ୟା’ଳୟ ସମ୍ମୁଖରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୋଲାପି ମେହେର, ସମ୍ମାନିତ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା ଏବଂ ଜିପିଇଓ ଗଜାନନ ନାଏକ ଯୋଗ ଦେଇଥିଲେ । ଏହି ଦିବସରେ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ଲିଖିତ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ଏହା ସହ ବ୍ଲକ କର୍ମଚାରୀ ବୃନ୍ଦ, ସମସ୍ତ ସିଆର୍‌ପି ସଦସ୍ୟା ବୃନ୍ଦ, ଏମ୍‌ବିକେ ମହିଳା ବୃନ୍ଦ, ସମସ୍ତ ଏସ୍‌ଏଚ୍‌ଜି ମହିଳା ବୃନ୍ଦ, ଇଫିକୋର୍ ସଦସ୍ୟ, ସଦସ୍ୟା ବୃନ୍ଦ, ଅଙ୍ଗନୱାଡ଼ି କର୍ମୀ ବୃନ୍ଦ, ଆଶାମ ମହିଳା ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.