oom

ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ତରଫରୁ ଗଙ୍ଗାଧର ଜୟନ୍ତୀ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ଶିଶୁ ମନ୍ଦିର ଠାରେ ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ଆନୁକୁଲ୍ୟରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. କେଶ ରଂଜନ ପଧାନ ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଞ୍ଚଳ ମହାବିଦ୍ୟାଳୟ ପଦମପୁର, ମୁଖ୍ୟ ବକ୍ତା ଡ. ଛାୟାକାନ୍ତ ଷଡ଼ଙ୍ଗୀ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡି. ଏ. ଭି ସ୍ଵୟଂ ଶାସିତ ମହାବିଦ୍ୟାଳୟ ଟିଟିଲାଗଡ଼, ସମ୍ମାନିତ ଅତିଥି ଆଲୋକ ରଞ୍ଜନ ଷଡ଼ଙ୍ଗୀ ଓଡ଼ିଆ ଅଧ୍ୟାପକ ବାଜିରାଉତ୍ ମହାବିଦ୍ୟାଳୟ ଢେଙ୍କାନାଲ ପ୍ରମୁଖ ଯୋଗ ଦେଇଥିଲେ । ସାହିତ୍ୟ ସଂସଦର ସଭାପତି ରବୀନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସର୍ବପ୍ରଥମେ ଅତିଥିମାନେ ପୂଜାର୍ଚ୍ଚନା କରି ଗଙ୍ଗାଧର ମେହେରଙ୍କ ପ୍ରତି ଛବି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୋହନ ରଣା ଅତିଥି ପରିଚୟ ପ୍ରଦାନ, ସାହିତ୍ୟ ସଂସଦର ସମ୍ପାଦକ ରୁକ୍ମଣ ଦିଶିରି ବିବରଣୀ ପଠନ ଓ ନବୀନ କୁମାର ସାହୁ ସଭା ସଞ୍ଚାଳନ କରିଥିଲେ । ଗଙ୍ଗାଧର ଏକେଶ୍ୱରବାଦର ବିଶ୍ୱାସୀ ଥିଲେ । ତାଙ୍କ ସାହିତ୍ୟରେ ତାହା ପ୍ରତିଫଳିତ ହୋଇଛି । ସମ୍ବଲେଇ, ଗଣେଶ, ସରସ୍ୱତୀ, ଜଗନ୍ନାଥ ଭଳି ସମସ୍ତ ଦେବାଦେବୀଙ୍କ ବଣ୍ଣାନା ଥିଲେ ବି ସମସ୍ତଙ୍କୁ ଏକ ବୋଲି ବିବେଚନା କରୁଥିଲେ ବୋଲି ମୁଖ୍ୟବକ୍ତା ଅଧ୍ୟାପକ ଡ. ଛାୟାକାନ୍ତ ଷଡ଼ଙ୍ଗୀ ମତ ପୋଷଣ କରିଛନ୍ତି । ମେହେର ସାହିତ୍ୟ ପରି ନିର୍ମଲ ଶୁଚିମନ୍ତ ସାହିତ୍ୟ ପ୍ରକୃତି ଓ ନରନାରୀଙ୍କ ଚରିତ୍ର ଚିତ୍ରଣ ଆଗକୁ ସୃଷ୍ଟି ହେବ କି ନା ସନ୍ଦେହ ଏଭଲି ମତ ପ୍ରକାଶ ପାଇଛି । ଏହି ଅବସରରେ କବି ଦିଲ୍ଲୀପ ଯୋଶୀଙ୍କ ‘ସ୍ମୃତି ସଂଚୟନ ଭାଗ ୪’ କୃଷ୍ଣଚନ୍ଦ୍ର ସାହୁଙ୍କ ‘ଫୁଲ୍ ପସରା’ କୃଷ୍ଣଚନ୍ଦ୍ର ଭୋଇଙ୍କ କବିତା ଗୁଚ୍ଛ ଅମୃତ ଝରନ ଓ କବିତା କଥାନୀ ଅତିଥି ଗଣଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ବର୍ଷିଆନ କବି ଶେଷଦେବ ଦୀପଙ୍କୁ ଗଙ୍ଗାଧର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ପାୟଲ ବାରିକ ଓ ପଲକ ପାଠୀ ଗତ ମାଟ୍ରିକ ପରୀକ୍ଷାରେ ବ୍ଳକ୍‌ରେ ସର୍ବାଧିକ ନମ୍ବର ରଖିଥିବାରୁ ସେମାନଙ୍କୁ ‘ଯାଜ୍ଞସେନୀ ଦୁର୍ଗାପ୍ରସାଦ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଚିତ୍ରାଙ୍କନ, ସଂଗୀତ ଗାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପୂର୍ବ ଅଧିବେଶନରେ ସମ୍ପାଦକ ରୁକ୍ମଣ ଦିଶ୍ରୀ ଓ ନିରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଏକ ସ୍ୱରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କବିତା ପଠୋତ୍ସବାରେ ଅଧିକାରୀ ସାଙ୍କ ସମେତ ପ୍ରାୟ କୋଡିଏରୁ ଅଧିକ କବି ଭାଗ ନେଇଥିଲେ । ସୁଦର୍ଶନ ବାରିକଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମନେ ସ୍ୱାଗତ ସଂଗୀତ ଓ ଉଦଯାପନୀ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିବାକର ଯୋଶୀ, ପ୍ରଫୁଲ୍ଲ ଦଣ୍ଡସେନା, ପ୍ରଶାନ୍ତ ହୋତା, ବୈରାଗୀ ସାହୁ, ବୁଦ୍ଧ ଦେବ ପୁରୋହିତ, କୃଷ୍ଣ ଚନ୍ଦ୍ର ସାହୁ, ମନୋରଞ୍ଜନ ପଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ବରିଷ୍ଠ ସଦସ୍ୟ ଅରକ୍ଷିତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.