csstore

ସୁଦାମ ଚରଣ ଡିଗ୍ରୀ କଲେଜ ତରଫରୁ ଜଗବନ୍ଧୁ ଖମାରୀ ଶର୍ମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁଦାମ ଚରଣ ଖମାରି ଶର୍ମାଙ୍କୁ ସୁଦାମ ଚରଣ ଡିଗ୍ରୀ କଲେଜ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେ ସୁଦାମ ଚରଣ ଡିଗ୍ରୀ କଲେଜର ପରିଚାଳନା କମିଟିର ପୂର୍ବତନ ସଭାପତି ତଥା ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କୃଷି ଅଧିକାରୀ ଓଡ଼ିଶା ସରକାର ଜଗବନ୍ଧୁ ଖମାରୀ ଶର୍ମାଙ୍କ ଅକାଳ ବିୟୋଗରେ ମହାବିଦ୍ୟାଳୟ ଠାରେ ଏକ ଶୋକ ସଭା ଅନୁଷ୍ଠିତ କରି ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ସମେତ ସମସ୍ତ ଅଧ୍ୟାପକ ତଥା ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.