ଓଲଟିଲା ଯାତ୍ରୀବାହୀ ବସ୍‌ : ୧୨ ଆହତ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଓଲଟିଲା ଯାତ୍ରୀବାହୀ ବସ୍‌ । ୧୨ ଜଣ ଆହତ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ରଘୁନାଥ ଦାମୋଦର ଜୀଉ ନାମକ ବସ୍‌ ଉଦଳାରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାଣୀତାଲ ରେଲୱେ ଗେଟ୍ ଗୋପାଳୀ ଛକ ସାମ୍ନାରେ ନୟନ ଜୋରିକୁ ଖସିପଡ଼ିଥିଲା । ତେବେ ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ତୁରନ୍ତ ଖବର ପାଇଁ ଅଡା ଦମକଳ କର୍ମଚାରୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସମସ୍ତ ଯାତ୍ରୀଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.